fbpx
BSKY
BJD SHG SKY
BJD MC SKY

ବିଧାନସଭା ଗୃହରେ ‘ମେରା ରଙ୍ଗ ଦେ ବସନ୍ତୀ ଚୋଲା’ ଗାଇଲେ ବିରୋଧୀ ବିଧାୟକ, ବାଚସ୍ପତି ନେଲେ ବଡ କାର୍ଯ୍ୟାନୁଷ୍ଠାନ

ସିମଲା: ହିମାଚଳପ୍ରଦେଶ ରାଜନୀତିରେ ବଡ ଧରଣର ହଟଚମଟ ଜାରି ରହିଛି । ଆଜି ବଜେଟ୍ ଅଧିବେଶନ ସମୟରେ ହିମାଚଳପ୍ରଦେଶ ବିଧାନସଭା ବାଚସ୍ପତି ୧୪ ଜଣ ବିଧାୟକଙ୍କୁ ନିଲମ୍ବିତ କରି ଦେଇଛନ୍ତି । ନିଲମ୍ବିତ ହୋଇଥିବା ଏହି ବିଧାୟକଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ବି ଅଛନ୍ତି । ବାଚସ୍ପତି କୁଲଦୀପ ପଠାନିଆ ଗୃହକାର୍ଯ୍ୟ ସମୟରେ ତାଙ୍କ ସହ ଦୁର୍ବ୍ୟବହାର ଓ ଗାଳିଗୁଲଜ କରିଥିବା ଅଭିଯୋଗରେ ଏହି ସମସ୍ତ ବିଜେପି ବିଧାୟକଙ୍କୁ ନିଲମ୍ବିତ କରିଛନ୍ତି । ଏପରି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ ବାଚସ୍ପତି ରାଜ୍ୟପାଳଙ୍କୁ ବି ଭେଟିଥିଲେ ।

ମିଳିଥିବା ସୂଚନା ଅନୁସାରେ ସିମଲାରେ ବୁଧବାର ହିମାଚଳ ବିଧାନସଭା ବଜେଟ୍ ଅଧିବେଶନ ସମୟରେ ଆରମ୍ଭ ହୋଇଥିଲା । ଗୃହରେ ବିଜେପିର ବିଧାୟକ ବାଚସ୍ପତିଙ୍କ ସହ ଠେଲାପେଲା କରିବା ସହିତ ଗାଳି ଗୁଲଜ ବି କରିଥିଲେ । ଏହାପରେ ଗୃହରେ ହଙ୍ଗାମା ସୃଷ୍ଟି ହୋଇଥିଲା । ଏହି ସମୟରେ ବିରୋଧୀ ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ନାରାବାଜି କରିବାକୁ ଲାଗିଥିଲେ । ବାଚସ୍ପତି ସମସ୍ତ ନିଷ୍‌କାସିତ ସଦସ୍ୟଙ୍କୁ ବଳପୂର୍ବକ ବାହାରକୁ ନେଇଯିବାକୁ ମାର୍ସାଲଙ୍କୁ କହିଥିଲେ ।

ବିଜେପି ବିଧାୟକମାନେ ବାଚସ୍ପତିଙ୍କ ଚେୟାର ପାଖକୁ ଆସି ହାୟ ହାୟ କରିଥିଲେ । ଏହାପରେ ସେ ତାଙ୍କ ଚେୟାରକୁ କାଗଜ ଫୋପାଡିଥିଲେ । ବିଜେପି ବିଧାୟକ ହଂସରାଜ ଓ ଅନ୍ୟ ବିଧାୟକମାନେ ‘ ମେରା ରଙ୍ଗ ଦେ ବାସନ୍ତୀ ଚୋଲା’ ଗୀତ ଗାଇ ନିଜର ବିରୋଧ ପ୍ରଦର୍ଶନ କରିଥିଲେ । ହିମାଚଳ ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ଏପରି ବିଶୃଙ୍ଖଳା ସାମ୍ନାକୁ ଆସିଛି ।

Get real time updates directly on you device, subscribe now.