fbpx

(Video) ଏହି ରାଶି ପାଇଁ ବିପଦ ଆଣିବ ମାର୍ଚ୍ଚ ମାସ ! ଜୀବନରେ ଆସିପାରେ ଅନେକ ସମସ୍ୟା

ଓଡ଼ିଶା ଭାସ୍କର: ୨୦୨୪ ବର୍ଷର ୩ୟ ମାସ ମାର୍ଚ ଆରମ୍ଭ ହେବାକୁ ଯାଉଛି । ମାର୍ଚ୍ଚରେ ଗ୍ରହ ଓ ନକ୍ଷତ୍ରଙ୍କ ଚଳନ ଅନେକ ରାଶିଙ୍କୁ ଦେବାକୁ ଯାଉଛି ଶୁଭଫଳ । ଜ୍ୟୋତିଷବିଦଙ୍କ କହିବା ହିସାବରେ, ମାର୍ଚ ମାସଟି ୫ଟି ରାଶିଙ୍କ ପାଇଁ ଶୁଭ ହେବାକୁ ଯାଉଛି । ସେହି ସବୁ ରାଶିଗୁଡିକ ସୁଖ, ଧନଧାନ୍ୟରେ ପରିପୂର୍ଣ୍ଣ ହେବାକୁ ଯାଉଛନ୍ତି ।

ମିଥୁନ ରାଶି: ମାର୍ଚ୍ଚ ମାସଟି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଖୁବ ଭଲ ରହିଛି । ଏହି ରାଶିରେ ଲମ୍ବା ଯାତ୍ରାର ଯୋଗ ମଧ୍ୟ ରହିଛି । ବ୍ୟବସାୟରେ ଉନ୍ନତି ହେବାର ସମ୍ଭାବନା ରହିଛି । ଭାଇ ଭଉଣୀ ଓ ବନ୍ଧୁମାନଙ୍କ ସହ ସଂପର୍କ ମଧ୍ୟ ଆହୁରି ଘନିଷ୍ଠ ହୋଇପାରେ ।

କର୍କଟ ରାଶି: ମାର୍ଚ୍ଚ ମାସରେ ଏହି ରାଶିର ବ୍ୟକ୍ତିମାନଙ୍କ କ୍ୟାରିଅର ଉପରେ ପଡିପାରେ ଏକ ବଡ ପ୍ରଭାବ । ଟଙ୍କା ପଇସା ଅଭାବ ଦୂର ହେବ । ବୈବାହିକ ଜୀବନ ଖୁସିରେ ଭରିଯିବ । ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ମିଳିବ ସଫଳତା ।

ତୁଳା ରାଶି: ଏହି ମାସରେ ସଫଳତା ଆପଣଙ୍କ ପାଦ ପାଖକୁ ଆସିବ । ଘର କିମ୍ବା ଗାଡି କିଣିବାର ସମ୍ଭାବନା ରହିଛି । ଆର୍ଥିକ ଅବସ୍ଥା ରହିବ ଅନୁକୂଳ । କିଛି ଖର୍ଚ୍ଚ ହେବ । କିନ୍ତୁ ଆମଦାନୀ ବଢିବ । ଏହାପରେ ଆସିବ ବିଛା ରାଶି । ମାର୍ଚ ମାସରେ ଏହି ରାଶିର ବ୍ୟକ୍ତିଙ୍କ ସାହସ ସହ ପରାକ୍ରମ ବଢିବ । ଆମଦାନୀରେ ଦେଖାଯିବ ବୃଦ୍ଧି ଏବଂ କାର୍ଯ୍ୟରେ ସଫଳତା ମିଳିବ । ଧନର ହେବ ସଂଚୟ । ଲମ୍ବା ସମୟ ଧରି ବନ୍ଦ ହୋଇ ପଡିଥିବା କାମ ଏବେ ଦତ ବେଗରେ ବଢିବ ।

ଧନୁ ରାଶି: ଏହି ରାଶିର ବ୍ୟକ୍ତିଙ୍କ ନିକଟରେ ବ୍ୟକ୍ତିତ୍ୱର ବିକାଶ ହେବ । ଆର୍ଥିକ ଭାବେ ମାର୍ଚ୍ଚ ସେମାନଙ୍କ ପାଇଁ ଲାଭଦାୟକ ହେବାକୁ ଯାଉଛି । ଏହାସହ ମନୋକାମନା ମଧ୍ୟ ପୂର୍ଣ୍ଣ ହେବ । ତୀର୍ଥ ଯାତ୍ରା ଯିବାର ଯୋଗ ରହିଛି । ଘରେ ସୁଖ ଶାନ୍ତି ବଢିବାର ରହିଛି ଯଥେଷ୍ଟ ସମ୍ଭାବନା ।

ତେବେ ଆଉ ୨ଟି ରାଶିଙ୍କ ପାଇଁ ମଧ୍ୟ ବିପଦ ଆଣିପାରେ ମାର୍ଚ୍ଚ ମାସ । ଯାହା ମଧ୍ୟରେ ବୃଷ ଏବଂ ମୀନ ରାଶିର ବ୍ୟକ୍ତି ରହିଛନ୍ତି । ସେଥିପାଇଁ ଏହି ରାଶିର ବ୍ୟକ୍ତିଙ୍କୁ ମାର୍ଚ୍ଚ ମାସରେ ଟିକିଏ ସତର୍କତା ଅବଲମ୍ଭନ କରିବାକୁ ପଡିବ । କାରଣ ଏମାନଙ୍କ କ୍ୟାରିଅର, ବ୍ୟବସାୟ ଏବଂ ଆର୍ଥିକ କ୍ଷେତ୍ରରେ ଯଥେଷ୍ଟ କ୍ଷତି ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.