fbpx
BSKY
BJD SHG SKY
BJD MC SKY

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ସାମିଲ ଥିବା ଜଣେ ଦୋଷୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡରେ ସାମିଲ ଥିବା ଜଣେ ଦୋଷୀଙ୍କର ଆଜି ମୃତ୍ୟୁ ଘଟିଛି । ରାଜୀବଙ୍କ ନାମରେ ତିଆରି ହୋଇଥିବା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଉକ୍ତ ଯୁବକଙ୍କର ହାର୍ଟ ଆଟାକରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ୨୦୨୨ ମସିହା ନଭେମ୍ବର ମାସରେ ସେ ଜେଲରୁ ମୁକ୍ତ ହୋଇଥିଲେ । ହାର୍ଟ ଆଟାକ ଆସିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ରାଜୀବଙ୍କ ହତ୍ୟାକାଣ୍ଡରେ ୭ ଜଣ ସାମିଲ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ହାର୍ଟ ଆଟାକ ଆସିବାରୁ ତାଙ୍କୁ ଚେନ୍ନାଇ ସ୍ଥିତ ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ମୃତ ଯୁବକଙ୍କ ନାମ ଟି.ସୁନ୍ଥେଦ୍ରରାଜା ଓରଫ ସନ୍ଥନ ବୋଲି ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି । ୧୯୯୧ ମସିହାରେ ସନ୍ଥନ ମୁକ୍ତ ହୋଇଥିଲେ । ଶ୍ରୀଲଙ୍କାର ନାଗରିକ ସନ୍ଥନଙ୍କୁ କିଛି ଦିନ ପୂର୍ବରୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସକାଳ ୭.୫୦ ସମୟରେ ଅଚାନକ ହାର୍ଟ ଆସିବା ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଡାକ୍ତରଙ୍କ ଅନୁଯାୟୀ, ସନ୍ଥନଙ୍କ ଲିଭର ଖରାପ ହୋଇଯାଇଥିଲା । ତେଣୁ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସକାଳ ପାଖାପାଖି ୪ଟା ସମୟରେ ସନ୍ଥନଙ୍କୁ କାର୍ଡିଆକ ଆରେଷ୍ଟ ହୋଇଥିଲା । ତାଙ୍କୁ ସିପିଆର ଦିଆଯିବା ପରେ ସେ ସୁସ୍ଥ ଅନୁଭବ କରିଥିଲେ । ମାତ୍ର ପରେ ୭.୫୦ରେ ତାଙ୍କର ମୃତ୍ୟୁ ଘଟିଥିଲା । ଜେଲରୁ ମୁକ୍ତ ହେବା ପରେ ଭାରତୀୟ ନିୟମ ଅନୁସାରେ ବିଦେଶ ନାଗରିକଙ୍କ ପାଇଁ ତ୍ରିଚିରେ ଥିବା ଏକ ସ୍ୱତନ୍ତ୍ର ଶିବିରରେ ସନ୍ଥନଙ୍କୁ ରଖାଯାଇଥିଲା ।

Get real time updates directly on you device, subscribe now.