fbpx

ପୁଣି ଏକ ବଡ ମସଜିଦ୍ ଉପରେ ଚାଲିବ ବୁଲ୍‌ଡୋଜର, ସୁପ୍ରିମକୋର୍ଟ କହିଲେ ନିର୍ମାଣ ସଂପୂର୍ଣ୍ଣ ଅବୈଧ

ନୂଆଦିଲ୍ଲୀ: ଚେନ୍ନାଇ କୋଏମବଡୁ ସ୍ଥିତ ଏକ ପ୍ରସିଦ୍ଧ ମସଜିଦ୍ ଓ ମଦ୍ରାସା ଉପରେ ବହୁତ ଶୀଘ୍ର ବୁଲଡୋଜର କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି । ସରକାରୀ ଜମି ଉପରେ ଅବୈଧ କବଜା କରି ଚେନ୍ନାଇରେ ନିର୍ମାଣ ହୋଇଥିବା ଏହି ମସଜିଦ୍ ଓ ମଦ୍ରାସାକୁ ଭାଙ୍ଗିବାକୁ ହାଇକୋର୍ଟ ଦେଇଥିବା ଆଦେଶକୁ ସୁପ୍ରିମକୋର୍ଟ ବି ମୋହର ଲଗାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି କି କୋଏମବଡୁ ସ୍ଥିତ ମସଜିଦ୍ ଏକ ଅବୈଧ ନିର୍ମାଣ ।

ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟକାନ୍ତ ଓ କେ.ବି. ବିଶ୍ୱନାଥନଙ୍କ ବେଞ୍ଚ ଏହି ମସଜିଦ୍ ଓ ମଦ୍ରାସା ହଟାଇବାକୁ ୩୧ ମେ’ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ବିଚାରପତି ସୂର୍ଯ୍ୟକାନ୍ତ ଓ କେ.ବି. ବିଶ୍ୱନାଥନଙ୍କ ବେଞ୍ଚ ମାଡ୍ରାସ ହାଇକୋର୍ଟଙ୍କ ସେହି ଆଦେଶ ବିରୁଦ୍ଧରେ ଦାଖଲ ଏକ ଯାଚିକା ଉପରେ ଶୁଣାଣୀ କରୁଥିଲେ । ଯେଉଁଥିରେ ଦାବୀ କରାଯାଇଥିଲା ଏହି ମସଜିଦ୍ ଓ ମଦ୍ରାସା ବିନା କୌଣସି ଭବନ ସ୍ୱୀକୃତି ଯୋଜନାରେ ଅବୈଧ ରୂପରେ ନିର୍ମାଣ କରାଯାଇଛି ।

ସୁପ୍ରିମକୋର୍ଟ କହିଛନ୍ତି ସରକାରୀ ଜମି ଉପରେ ଅବୈଧ ଭାବରେ କବଜା କରି ନିର୍ମାଣ କରାଯାଇଥିବା ଧାର୍ମିକ ସ୍ଥଳକୁ ହଟାଇବା ଅଧିକାରୀଙ୍କ ଦାୟିତ୍ୱ । କୋର୍ଟ କହିଛନ୍ତି ଅବୈଧ ରୂପରେ ନିର୍ମାଣ କରାଯାଇଥିବା କୋଠା ଧର୍ମ ଶିକ୍ଷା ସ୍ଥାନ ହୋଇପାରିବ ନାହିଁ । ଏହି ମସଜିଦ୍ ଯେଉଁ ଜମି ଉପରେ ନିର୍ମାଣ ହୋଇଛି ତାହା ଚେନ୍ନାଇ ମେଟ୍ରୋପଲିଟାନ୍ ଡେଭଲପମେଣ୍ଟ ଅଥରିଟିର ଅଟେ । ତେଣୁ ଏହି ନିର୍ମାଣ ସଂପୂର୍ଣ୍ଣ ଭାବରେ ଅବୈଧ ।

Get real time updates directly on you device, subscribe now.