fbpx

୩ ଜଣ ବୈଜ୍ଞାନିକଙ୍କ ନୂଆ ଆବିଷ୍କାର! ପାରମ୍ପରିକ ଖଜୁରୀରୁ ବିଦ୍ୟୁତ ସୃଷ୍ଟି ହେଲା, ଏହା କିପରି ସମ୍ଭବ?

ନୂଆଦିଲ୍ଲୀ: ଆଜିର ସମୟରେ ବିଜ୍ଞାନ ବହୁ ବଡ଼ ବଡ଼ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରୁଛି । ପୂର୍ବରୁ ମେଡିକାଲ ସାଇନ୍ସ ବହୁ ନୂଆ ନୂଆ ଉଦ୍ଭାବନ, ଆବିଷ୍କାର କରିଥିବା ବେଳେ ଏହା ମଧ୍ୟରେ ୩ ଜଣ ବୈଜ୍ଞାନିକ ଏକ ବଡ଼ ସଫଳତା ଅର୍ଜନ କରିଛନ୍ତି । ୟୁନାଇଟେଡ ଅରବ ଏମିରେଟ୍ସ (ୟୁଏଇ)ର ତିନିଜଣ ବୈଜ୍ଞାନିକ ପାରମ୍ପରିକ ଖଜୁରୀରୁ ବିଦ୍ୟୁତ ଶକ୍ତି ସୃଷ୍ଟି କରିଛନ୍ତି । ବିଜୁଳି ପ୍ରସ୍ତୁତ କରିବା ପାଇଁ ବୈଜ୍ଞାନିକମାନେ ଖଜୁରୀକୁ ବ୍ୟବହାର କରିଥିଲେ ।

ବୈଜ୍ଞାନିକମାନେ ପ୍ରସ୍ତୁତ କରିଥିବା ଖଜୁରୀର କିଛି ଖାସିୟତ ରହିଥିବା ବେଳେ ତାହା ଆକାରରେ ବହୁତ ବଡ଼ ହୋଇଥାଏ । ଉକ୍ତ ଖଜୁରୀ ନିକଟରେ ତମ୍ବାର ପ୍ଲେଟକୁ ଜୋରରେ ଧରି ରଖିପାରିବାର କ୍ଷମତା ରହିଥାଏ । ଖଜୁରୀରେ ଥିବା ପ୍ରାକୃତିକ ଶୁଗରକୁ ଉପଯୋଗ କରି ତାହାକୁ ବୈଜ୍ଞାନିକମାନେ ସ୍ୱଚ୍ଛ ଊର୍ଜାରେ ପରିବର୍ତ୍ତନ କରିଥିଲେ । ସାଧାରଣ ଭାବେ ଆମେମାନେ ଖାଉଥିବା ଖଜୁରୀରେ ଅନେକ ଉପକାରୀ ଗୁଣ ରହିଥିବା ବେଳେ ଏବେ ଖଜୁରୀର ଆଉ ଏକ ବଡ଼ ଗୁଣକୁ ବୈଜ୍ଞାନିକମାନେ ଲୋକଲୋଚନକୁ ଆଣିଛନ୍ତି ।

ୟୁଏଇର ବୈଜ୍ଞାନିକ ଓ କଳାକାରଙ୍କ ଏକ ଗ୍ରୁପ ଖଜୁରୀରୁ ବିଜୁଳି ତିଆରି କରିବାରେ ସକ୍ଷମ ହୋଇପାରିଛନ୍ତି । ଏହି ଆବିଷ୍କାର କରିଥିବା ୩ ବୈଜ୍ଞାନିକଙ୍କ ନାମ ହେଉଛି ଡା. ଅଲ ଅତ୍ତାର, ଓମର ଅଲ ହମ୍ମାଦୀ ଓ ମହମ୍ମଦ ଅଲ ହମଦୀ । ବୈଜ୍ଞାନିକମାନେ ଏଥିପାଇଁ ମଜଦୂଲ ଖଜୁରୀକୁ ବ୍ୟବହାର କରିଥିଲେ, ଯାହାର ଆକାର ବହୁତ ବଡ଼ ହେବା ସହିତ ତାହା ତମ୍ବା ପ୍ଲେଟକୁ ସହଜରେ ଧରି ରଖିପାରେ । ଏନେଇ ଜଣେ ବୈଜ୍ଞାନିକ କହିଛନ୍ତି, ଅରବ ସଂସ୍କୃତିରେ ଖଜୁରୀର ବେଶ୍ ମହତ୍ତ୍ୱ ରହିଥିବା ବେଳେ ଦ୍ରୁତ ଭାବେ ଆଗକୁ ବଢ଼ୁôଥବା ଦୁନିଆ ଏହାକୁ ଅଣଦେଖା କରିଦେଉଛି । ସିକ୍କା କଳା ଓ ଡିଜାଇନ ମହୋତ୍ସବରେ ଏହି ୩ ଜଣ ବୈଜ୍ଞାନିକ ନିଜର ପ୍ରୋଜେକ୍ଟରେ ତାହାକୁ ପ୍ରଦର୍ଶିତ କରିଥିଲେ । ସ୍ଥାୟୀ ଊର୍ଜା ସମାଧାନକୁ ଗୁରୁତ୍ୱ ଦେଉଥିବା ଖଜୁରୀ ଲୋକଙ୍କର ଧ୍ୟାନ ଆକର୍ଷ କରିଥିଲା ।

Get real time updates directly on you device, subscribe now.