fbpx

(Video): OTରେ ରୀଲ୍ସ କରିବା ପଡ଼ିଲା ମହଙ୍ଗା, ଭାଇରାଲ ହେଉଛି ଭିଡ଼ିଓ

ଓଡ଼ିଶା ଭାସ୍କର: ଆଜିକାଲିର ସୋସିଆଲ ମିଡ଼ିଆ ଦୁନିଆରେ ରୀଲ୍ସ ମାଧ୍ୟମରେ ସମସ୍ତେ ଫେମସ୍ ହେବାକୁ ଚାହୁଁଛନ୍ତି । ସେଥିପାଇଁ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଘାରିଛି ରୀଲ୍ସ ନିଶା । ବେଳେ ବେଳେ ଏହି ରିଲ୍ସ ଚକ୍କରରେ କେତେ ଜଣଙ୍କ ଜୀବନହାନୀ ହୋଇଥିବାର ଖବର ମଧ୍ୟ ଶୁଣିବାକୁ ମିଳିଛି । ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଅନ୍ ଡୁ୍ୟଟି ଥିବା ୩ ଜଣ ନର୍ସଙ୍କୁ ରୀଲ୍ସ କରିବା ମହଙ୍ଗା ପଡ଼ିଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟପୁର ଛତିଶଗଡ଼ର ଏକ ଘରୋଇ ହସ୍ପିଟାଲରେ ।

ମିଳିଥିବା ସୂଚନାନୁଯାୟୀ ରାୟପୁର ଛତିଶଗଡ଼ରେ ଥିବା ଏକ ଘରୋଇ ହସ୍ପିଟାଲ (DKS Super Speciality Hospital)ର ଅପରେସନ୍ ଥିଏଟରରେ ୩ ଜଣ ନର୍ସ ଅନ୍ ଡୁଟି ଥିବା ବେଳେ ରୀଲ୍ସ କରିଥିଲେ । ଏକ ଲୋକପ୍ରିୟ ଗୀତ ‘ହ୍ୱାଏ ଦିସ୍ କୋଲାଭେରୀ ଡୀ….’ ର ତାଳେ ତାଳେ ଝୁମି ମସ୍ତି କରି ରୀଲ୍ସ କରୁଥିଲେ । ଏହି ଭିଡ଼ିଓ ଭାଇରାଲ ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ୩ ଜଣ ନର୍ସଙ୍କୁ ସସପେଣ୍ଡ୍ କରିଥିବା ଜଣାପଡ଼ିଛି । ସେମାନେ ହସ୍ପିଟାଲ ନିୟମର ଉଲଙ୍ଘନ କରିଥିଲେ ଏବଂ ଚପଲ ପିନ୍ଧି ଓଟିରେ ପ୍ରବେଶ କରିଥିଲେ । ଆକାଶ ଶୁକ୍ଲା ନାମକ ଜଣେ ‘ଏକ୍ସ’ ୟୁଜର ଏହି ଭିଡ଼ିଓକୁ ଶେୟାର କରିଛନ୍ତି । ତେବେ ହସ୍ପିଟାଲରେ ଏଭଳି କାରନାମାକୁ ଅନେକ ଲୋକମାନେ ନିନ୍ଦା କରିଛନ୍ତି ।

Get real time updates directly on you device, subscribe now.