fbpx

(Video) ଅଜଣା କଥା… Spaceରୁ ଫେରିବା ପରେ କ’ଣ ଖାଆନ୍ତି ମହାକାଶଚାରୀ ? କିପରି ଥାଏ ସେମାନଙ୍କ ଲାଇଫଷ୍ଟାଇଲ….

ଓଡ଼ିଶା ଭାସ୍କର: ଆଜି ଜାତୀୟ ବିଜ୍ଞାନ ଦିବସ । ବର୍ତ୍ତମାନ ଭାରତ ବିଜ୍ଞାନ କ୍ଷେତ୍ରରେ ଖୁବ ସଫଳତା ହାସଲ କରିପାରିଛି । ବିଶେଷ କରି ବର୍ତ୍ତମାନ ମହାକାଶ ଯାତ୍ରାକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ମହାକାଶ ବିଷୟରେ ପ୍ରତିଦିନ ନୂଆ ନୂଆ ଗବେଷଣା ଜାରି ରଖିଛନ୍ତି ଇସ୍ରୋ ବୈଜ୍ଞାନିକ । ଗତବର୍ଷ ଚନ୍ଦ୍ରର ସାଉଥ ପୋଲରେ ସଫ୍ଟ ଲ୍ୟାଣ୍ଡିଂ କରି ଭାରତ ମହାକାଶ ବିଜ୍ଞାନରେ ଇତିହାସ ରଚିସାରିଛି । ତେବେ ଏହାରି ଭିତରେ ଭାରତ ପାଇଁ ରହିଛି ଆଉ ଏକ ଖୁସି ଖବର । କାରଣ ଭାରତ ଖୁବଶୀଘ୍ର ୪ ଜଣ ପାଇଲଟଙ୍କୁ ମହାକାଶକୁ ପଠାଇବାକୁ ଯାଉଛି । ତେବେ ସାଧାରଣ ଭାବେ ସମସ୍ତଙ୍କ ମନରେ ମହାକାଶ ସହ ଅଷ୍ଟ୍ରୋନଟ୍ସଙ୍କୁ ନେଇ ବିଭିନ୍ନ ପ୍ରଶ୍ନ ଆସେ । ଖାସ କରି ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏମିତି ପ୍ରଶ୍ନ ଆସିବା ସ୍ୱାଭାବିକ କଥା ।

ଏସବୁ ଭିତରେ ଗୋଟିଏ ପ୍ରଶ୍ନ ହେଉଛି ମହାକାଶକୁ ଯେଉଁମାନେ ଯାଆନ୍ତି, ସେମାନେ ପୃଥିବୀକୁ ଫେରିବା ପରେ କଣ ଖାଆନ୍ତି? ପୃଥିବୀକୁ ଫେରିବା ପରେ ମାହାକାଶଯାତ୍ରୀଙ୍କୁ ନିଜ ଜୀବନରେ ଷ୍ଟ୍ରିକ୍ଟ ଡାଏଟ ରୁଟିନ କରିବାକୁ ପଡ଼ିଥାଏ । ଯେ କୌଣସି ପରିସ୍ଥିତିରେ ତାଙ୍କୁ ସେସବୁକୁ ପୁରା କରିବାକୁ ପଡେ । ସେମାନେ ପୃଥିବୀକୁ ଫେରିବା ପରେ ଯେମିତି ତାଙ୍କ ଶରୀର ସନ୍ତୁଳନରେ ରଖିବା ପାଇଁ ଏହି ଜୀବନଯାପନ ପ୍ରଣାଳୀକୁ ମାନିଥାନ୍ତି ଅଷ୍ଟ୍ରୋନଟ୍ସ । ଆଉ ଗୋଟିଏ କାରଣ ଏହା ମଧ୍ୟ କୁହାଯାଇପାରେ କି, ଅନେକ ଦିନ ଧରି ସେମାନେ ମହାକାଶରେ ଶୁଖିଲା ଏବଂ ଫ୍ରିଜରେ ରଖା ଯାଇଥିବା ଖାଦ୍ୟ ଖାଇଥାନ୍ତି । ତେଣୁ ତାଙ୍କ ଶରୀର ସେସବୁକୁ ଗ୍ରହଣ କରିନେଇଥାଏ । ଆଉ ପୁଣି ଥରେ ସାଧାରଣ ଖାଦ୍ୟ ଖାଇବା ଦ୍ୱାରା ସେମାନଙ୍କୁ ଷ୍ଟ୍ରିକ୍ଟ ଡାଏଟ ଫଲୋ କରିବାକୁ କୁହାଯାଇଥାଏ ।

ଖାସ କଥା ଖାଦ୍ୟ ନୁହେଁ ବରଂ ମଣିଷକୁ ସବୁଠୁ ଅଧିକ ଯଦି କୌଣସି ଜିନିଷର ଆବଶ୍ୟକତା ରହିଥାଏ, ତେବେ ତାହା ହେଲା ଜଳ । ଆଉ ଜଣେ ସାଧାରଣ ମଣିଷ ଶରୀରରେ ପ୍ରାୟ ୭୦ ପ୍ରତିଶତ ପାଣି ରହିଥାଏ । କିନ୍ତୁ ମହାକାଶରେ ଯାତ୍ରୀ ଅଧିକ ପାଣି ବି ପିଇ ପାରନ୍ତି ନାହିଁ । ଯେଉଁଥିପାଇଁ ତାଙ୍କର ବିଭିନ୍ନ ପ୍ରକାର ଟେଷ୍ଟ କରାଯାଏ । କିଛିଦିନ ଯାଏଁ ସେମାନଙ୍କୁ କେବଳ ଲେମନ ଜୁସ୍ ସହ ପାଣି ପିଇବାକୁ କୁହାଯାଏ । ମହାକାଶରେ ଅନେକ ଦିନ ଯାଏଁ କମ୍ ଖାଇବା ଓ କମ୍ ପାଣି ପିଇବା କାରଣରୁ ମହାକାଶଯାତ୍ରୀଙ୍କ ଇମ୍ୟୁନ ସିଷ୍ଟଟ ଦୁର୍ବଳ ହୋଇଯାଇଥାଏ । ସେଥିପାଇଁ ଯେଉଁ ଖାଦ୍ୟ ଜଲଦି ହଜମ ହୁଏ, କେବଳ ସେସବୁ ସେମାନଙ୍କୁ ଦିଆଯାଏ । ପ୍ରଥମେ ତ ସେମାନଙ୍କୁ ଖାଦ୍ୟରେ ଦିଆଯାଏ ସେଓ କିମ୍ବା ଆଉ କିଛି ଫଳ ଏବଂ ହର୍ବାଲ କିମ୍ବା ଗ୍ରୀନ ଟି ଭଳି ପାନୀୟ ପିଇବାକୁ କୁହାଯାଏ ।

 

Get real time updates directly on you device, subscribe now.