fbpx
BSKY
BJD SHG SKY
BJD MC SKY

ବିଜେଡି-ବିଜେପି ମେଣ୍ଟ ନେଇ ଦିଲ୍ଲୀ ଦେଲା ସଂକେତ, ଖୁବଶୀଘ୍ର ହୋଇପାରେ ବଡ଼ ଘୋଷଣା

ଓଡ଼ିଶା ଭାସ୍କର: ଓଡ଼ିଶାରେ ବିଜେଡି-ବିଜେପି ମହାମେଣ୍ଟକୁ ନେଇ ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚା ଓ ଆଲୋଚନା ଲାଗି ରହିଛି । ତେବେ ଏହା ମଧ୍ୟରେ ମେଣ୍ଟକୁ ନେଇ ଆସିଛି ଏକ ବଡ଼ ସଂକେତ। ଦିଲ୍ଲୀ ଯାଇଥିବା ରାଜ୍ୟ ନେତୃତ୍ୱଙ୍କୁ ବର୍ତ୍ତମାନ ଦିଲ୍ଲୀ ନ ଛାଡିବାକୁ ନିର୍ଦ୍ଦେଶ ରହିଥିବା ଜଣାପଡିଛି।

ଏଠାରେ କହି ରଖୁ ଯେ, ଆଜି ଓଡ଼ିଶା ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଓଡ଼ିଶା ବିଜେପିର ଶୀର୍ଷ ନେତୃତ୍ୱ ସାମିଲ ହୋଇଥିଲେ। ତେବେ ବିଜେଡି ସହ ମେଣ୍ଟ ନେଇ ଏହି ବୈଠକରେ ଆଲୋଚନା ହେଉଥିଲା। କିନ୍ତୁ ରାଜ୍ୟ ନେତୃତ୍ୱଙ୍କୁ ବର୍ତ୍ତମାନ ଦିଲ୍ଲୀ ନ ଛାଡିବାକୁ ନିର୍ଦ୍ଦେଶ ରହିଛି । ତେଣୁ ଖୁବଶୀଘ୍ର ଏନେଇ କିଛି ବଡ଼ ଘୋଷଣା ହୋଇପାରେ ବୋଲି କୁହାଯାଉଛି। ଅନ୍ୟପଟେ ଏହି ବୈଠକରେ ଗତ ବର୍ଷ ନିର୍ବାଚନ ପରିସଂଖ୍ୟାନକୁ ନେଇ ମଧ୍ୟ ଆଲୋଚନା ହୋଇଥିବା ଜଣାପଡିଛି। ତେବେ ଯଦି ସତରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହୁଏ ତାହେଲେ କେଉଁ ଦଳକୁ କେତେ ସିଟ୍ ମିଳିବ ସେନେଇ ଏକ ବଡ଼ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଠିକ୍ ଭାବେ ସିଟ୍ ବୁଝାମଣା ହେଲେ ମେଣ୍ଟ ହେବାର ସମ୍ଭାବନା ରହୁଛି। କିନ୍ତୁ ସିଟ୍ ଭାଗ ନ ଛିଡି଼ଲେ ମେଣ୍ଟ ପ୍ରସଙ୍ଗରେ ପୂର୍ଣ୍ଣଛେଦ ପଡିପାରେ ବୋଲି କୁହାଯାଉଛି।

ସୂଚନା ଯୋଗ୍ୟ, ୧୫ ବର୍ଷ ତଳେ ବିଜେଡି ଏବଂ ବିଜେପି ମଧ୍ୟରେ ମେଣ୍ଟ ଅଲଗା ହୋଇଥିଲା । ବିଜେଡି ବିଜେପି ସହ ମେଣ୍ଟକୁ ଭାଙ୍ଗି ଏକାକୀ ନିର୍ବାଚନ ଲଢ଼ିଥିଲା। କିନ୍ତୁ ବର୍ତ୍ତମାନ ପୁଣିଥରେ ଉଭୟ ଏକାଠି ହୋଇ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ଥିବା ନେଇ ରାଜନୀତି ମହଲରେ ଚର୍ଚ୍ଚା ହେଉଛି । ୧୯୯୮ ମସିହାରୁ ଆରମ୍ଭ ହୋଇଥିବା ଶଙ୍ଖ-ପଦ୍ମ ମେଣ୍ଟ ୧୧ ବର୍ଷ ପରେ ଅର୍ଥାତ ୨୦୦୯ ମସିହା ମାର୍ଚ୍ଚ ୯ ତାରିଖରେ ବିଛିନ୍ନ ହୋଇଥିଲା।

Get real time updates directly on you device, subscribe now.