fbpx

କେନ୍ଦ୍ର ସରକାରଙ୍କ ବଡ ଘୋଷଣା- ୮୦ କୋଟି ଲୋକଙ୍କୁ ଶସ୍ତାରେ ମିଳିବ ଗହମ ଓ ଚାଉଳ

ନୂଆଦିଲ୍ଲୀ,୨୫ ।୩: କେନ୍ଦ୍ର କ୍ୟାବିନେଟରେ ଆଜି ଏକ ବଡ ଘୋଷଣା କରିଛନ୍ତି ସରକାର । କରୋନା ଭାଇରସ ଯୋଗୁଁ ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହେବା ପରେ ଦେଶର ୮୦ କୋଟି ଲୋକଙ୍କୁ ଶସ୍ତାରେ ଚାଉଳ ଓ ଗହମ ଯୋଗାଇ ଦେବାକୁ ନିଷ୍ପତ୍ତିି ହୋଇଛି । ଏଣିକି ଲୋକମାନଙ୍କୁ କିଲୋ ପ୍ରତି ୨ ଟଙ୍କାରେ ଗହମ ଗହମ ଯୋଗାଇବେ ସରକାର । ଏହା ସହ ଚାଉଳ କିଲୋ ପ୍ରତି ୩ ଟଙ୍କାରେ ଦିଆଯିବ ବୋଲି ଘୋଷଣା ହୋଇଛି । ଏନେଇ କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି । ୨୧ ଦିନିଆ ଲକ୍-ଡାଉନ୍ ଘୋଷଣା ପରେ କେନ୍ଦ୍ର ସରକାର ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି ।


ଏହା ସହ ଜାଭେଦକର କହିଛନ୍ତି ଯେ, କରୋନା ଭାଇରସକୁ ନେଇ କିଛି ବି ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ଏହା ସହ ମିଡିଆ ଓ ଡାକ୍ତରମାନଙ୍କୁ ହଇରାଣ କରନ୍ତୁ ନାହିଁ, କାରଣ ସେମାନେ ସେବାର କାମ କରୁଛନ୍ତି ।’

ବସ୍ତ୍ର ଓ ପରିଧାନର ରପ୍ତାନି ଉପରେ ରାଜ୍ୟ ଓ କେନ୍ଦ୍ର ଟିକସ ଓ ଲେଭିରେ ରିହାତି ଯୋଜନା ୧ ଏପ୍ରିଲ ୨୦୨୦ ପରେ ମଧ୍ୟ ଜାରି ରହିବ । ରପ୍ତାନି ଉତ୍ପାଦ ଉପରେ ଟିକସ ଓ ଶୁଳ୍କ ଛାଡ ଯୋଜନା ସହିତ ସମ୍ମିଶ୍ରଣ ପର୍ଯ୍ୟନ୍ତ ଏହି ଯୋଜନାକୁ ଜାରି ରଖିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।

Get real time updates directly on you device, subscribe now.