fbpx

କରୋନା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ୪ମାସର ଆଗୁଆ ଦରମା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୫ା୩(ଓଡ଼ିଶା ଭାସ୍କର): ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରୀମ ଦରମା ମିଳିବ । ୪ମାସର ଦରମା ଅଗ୍ରୀମ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତର, ପାରା ମେଡ଼ିକାଲ ଷ୍ଟାଫ୍ ଓ ନର୍ସଙ୍କୁ ଆଗୁଆ ଦରମା ମିଳିବ । ଆଗାମୀ ୪ମାସର ଦରମା ଏପ୍ରିଲ ମାସରେ ମିଳିବ । ଏପ୍ରିଲ,ମେ,ଜୁନ୍ ଓ ଜୁଲାଇ ମାସର ଦରମା ସ୍ୱାସ୍ଥ୍ୟକର୍ମୀଙ୍କୁ ଏପ୍ରିଲ ମାସରେ ମିଳିବ ବୋଲି ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ କରୋନା ଭାଇରସ୍ ବିଶ୍ୱରେ ଭୟାବହର ବାର୍ତ୍ତାବରଣ ସୃଷ୍ଟି କରିଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୮୨ ଥିବା ବେଳେ ୧୦ଜଣଙ୍କର ମୃତ୍ୟୁ ହୋଇସାରିଛି । ସେହିପରି ଓଡ଼ିଶାରେ ଦୁଇ ଜଣ କରୋନାରେ ଆକ୍ରାନ୍ତ ଅଛନ୍ତି । ବତ୍ତର୍ମାନ ସ୍ଥିତିରେ ସ୍ୱାସ୍ଥ୍ୟକର୍ମୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ରାତି ଦିନ ଲୋକଙ୍କ ସେବାରେ ଲାଗିପଡ଼ିଛନ୍ତି ।

Get real time updates directly on you device, subscribe now.