fbpx

ବଡ଼ ଖବର: ମେଡିକାଲ୍ ଆଡମିଶନ୍ ନେଇ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ: ମେଡିକାଲ୍ କଲେଜ୍ ରେ ଆଡମିଶନ୍ ନେଇ ପ୍ରଧନାମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ଘୋଷଣା କରିଛନ୍ତି । ଘରୋଇ ମେଡିକାଲ୍ କଲେଜ୍ ରେ ଆଡମିଶନ୍ ପ୍ରସଙ୍ଗରେ ସେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଏଣିକି ଘରୋଇ ମେଡିକାଲ୍ କଲେଜ୍ ରେ ଅଧା ସିଟ୍ ଫି’ କମ୍ ରହିବ । ଅଧା ସିଟ୍ ଫି’ ସରକାରୀ ମେଡିକାଲ୍ କଲେଜ୍ ଫି’ ସହ ସମାନ ରହିବ । ତା ଠାରୁ ଅଧିକ ଫି’ ଘରୋଇ ମେଡିକାଲ କଲେଜ୍ ନେଇପାରିବେ ନାହିଁ । ଏହା ଦ୍ୱାରା ଗରିବ ଓ ମଧ୍ୟବର୍ଗ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୂଚନାଯୋଗ୍ୟ, ଗୋଟେ ପଟେ ରୁଷ-ୟୁକ୍ରେନ ଯୁଦ୍ଧ କାରଣରୁ ଦେଶକୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଥା ଉଠୁଥିବା ବେଳେ ଭାରତ ସରକାରଙ୍କ ଏହି ପଦକ୍ଷେପ ସଫଳ ରୂପ ନେବ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.