fbpx

ପୌର ନିର୍ବାଚନରୁ ହଟିଲା କୋଭିଡ୍ କଟକଣା: ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ପୌର ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳଗୁଡ଼ିକ ଚଳଚଞ୍ଚଳ ହୋଇପଡ଼ିଛନ୍ତି । ତେବେ ଏହା ମଧ୍ୟରେ ଆସିଛି ରାଜ୍ୟ କମିଶନଙ୍କ ଗାଇଡଲାଇନ୍ । ଚଳିତ ପୌର ନିର୍ବାଚନ ସମୟରେ ଲାଗୁ ହେବନି କୋଭିଡ୍ କଟକଣା । ସମସ୍ତ ରାଜନୈତିକ ଦଳମାନେ ବିନା କଟକଣାରେ ସେମାନଙ୍କର ପ୍ରଚାର କାର୍ଯ୍ୟ କରିପାରିବେ । ରାଜ୍ୟରେ ବର୍ତ୍ତମାନ କୋଭିଡ୍ ପଜିଟିଭ୍ ହାର ନିମ୍ନମୁଖୀ ହୋଇଛି । ସାଧାରଣ ଭାବେ ଯେପରି ପ୍ରଚାର ହୁଏ, ସେପରି ପୌର ନିର୍ବାଚନରେ ପ୍ରଚାର କରାଯିବ । ତେବେ ଆଗକୁ ଯଦି ସଂକ୍ରମଣ ବୃଦ୍ଧି ପାଏ, ତେବେ କଟକଣା ଲାଗୁ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ପୋଲିଂ ଟିମରେ ଜଣେ ଲେଖାଏଁ ପ୍ରିଜାଇଡିଂ ଅଫିସର ଓ ୪ ଜଣ ପୋଲିଂ ଅଫିସର ରହିବେ । ଏଥର ରାଜ୍ୟର ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ମୋଟ ୪୫୮୪ଟି ବୁଥରେ ଇଭିଏମ୍ ମାଧ୍ୟମରେ ଭୋଟ ମତଦାନ ହେବ । ଭୋଟରଙ୍କ ମନ ପସନ୍ଦର ପ୍ରାର୍ଥୀ ନଥିଲେ ସେମାନେ ନୋଟା ଅପ୍ସନ ବ୍ୟବହାର କରିପାରିବେ । ପ୍ରତ୍ୟେକ ବୁଥରେ ଦୁଇଟି ଲେଖାଏଁ ଇଭିଏମ୍ ରହିବ ।

Get real time updates directly on you device, subscribe now.