fbpx

ଭାରତୀୟ ସେନାରେ ନିଯୁକ୍ତି: ଦଶମ ପାସ ପ୍ରାର୍ଥୀଙ୍କ ପାଇଁ ବିଭିନ୍ନ ପଦରେ ବିଜ୍ଞପ୍ତି ପ୍ରକାଶ

ଭାରତୀୟ ସେନାରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ସେନାର ବିଭିନ୍ନ ପଦ ପାଇଁ ଆବେଦନ କରିବାକୁ ପ୍ରାର୍ଥୀମାନଙ୍କୁ ଆହ୍ୱାନ ଦେଇଛି ଇଣ୍ଡିଆନ ଆର୍ମି । ସେନାରେ ମଲ୍ଟି ଟାସ୍କିଙ୍ଗ ଷ୍ଟାଫ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ଭାରତୀୟ ସେନା ବିଭାଗ । ଏଥିପାଇଁ ଦଶମ ପାସ ପ୍ରାର୍ଥୀମାନେ ଆବେଦନ କରି ପାରିବେ । ତେବେ ଆବେଦନର ଶେଷ ତାରିଖ ରହିଛି ଆସନ୍ତା ୧୧ ମାର୍ଚ୍ଚ । ପ୍ରାର୍ଥୀମାନଙ୍କ ପାଇଁ ବୟସସୀମା ୧୮-୨୫ ରଖାଯାଇଥିବା ବେଳେ ୭ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ସେନା ବିଭାଗ । ଲିଖିତ ପରୀକ୍ଷା ଏବଂ ମେଡିକାଲ ଟେଷ୍ଟ ପରେ ଇଣ୍ଟରଭ୍ୟୁ ଦ୍ୱାରା ପ୍ରାର୍ଥୀମାନଙ୍କ ଚୟନ କରାଯିବ । ତେବେ ଦିଲ୍ଲୀରେ ଅନୁଷ୍ଠିତ ହେବ ଏହି ଲିଖିତ ପରୀକ୍ଷା । ଅଧିକ ଜାଣିବା ପାଇଁ ନିମ୍ନଲିଖିତ ଲିଙ୍କରେ କ୍ଲିକ କରି ଜାଣିପାରିବେ ।

http://www.davp.nic.in/WriteReadData/ADS/eng_10101_3_2122b.pdf

Get real time updates directly on you device, subscribe now.