ସାଇବର କ୍ରାଇମ ଉପରେ ବଡ଼ ଆକ୍ସନ, ଲକ୍ଷ ଲକ୍ଷ ମୋବାଇଲ ନମ୍ବର ହେଲା ବ୍ଲକ୍‌

ନୂଆଦିଲ୍ଲୀ: ସାଇବର କ୍ରାଇମ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ କରି ସରକାର ୮୦ ଲକ୍ଷ ସିମ୍ କାର୍ଡ ବନ୍ଦ କରିଛନ୍ତି। ଟେଲି ଯୋଗାଯୋଗ ବିଭାଗ ମୁତାବକ, ବନ୍ଦ କରାଯାଇଥିବା ସିମ୍ କାର୍ଡ ନକଲି ଡକ୍ୟୁମେଣ୍ଟ ଆଧାରରେ ଜାରି କରାଯାଇଥିଲା। ସରକାର ଏଆଇ ଟୁଲର ବ୍ୟବହାର କରି ଏହି ନକଲି ସିମ୍ କାର୍ଡକୁ ବ୍ଲକ କରିଛନ୍ତି । ଏହା ବ୍ୟତୀତ ସାଇବର କ୍ରାଇମରେ ଲିପ୍ତ ଥିବା ୬.୭୮ ଲକ୍ଷ ମୋବାଇଲ ନମ୍ବର ମଧ୍ୟ ବନ୍ଦ କରାଯାଇଛି।

ଟେଲିକମ୍ ନିୟାମକ ଏବଂ ଟେଲିକମ ବିଭାଗ ବଢୁଥିବା ସାଇବର କ୍ରାଇମ ବିରୋଧରେ ପୁଣିଥରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରିପୋର୍ଟ ମୁତାବକ, ସରକାର ୭୮.୩୩ ଲକ୍ଷ ମୋବାଇଲ ନମ୍ବରକୁ ବନ୍ଦ କରିଛନ୍ତି। ଏହି ମୋବାଇଲ ନମ୍ବର ନକଲି ଡକ୍ୟୁମେଣ୍ଟରେ ଲୋକଙ୍କୁ ଜାରି କରାଯାଇଥିଲା। ଟେଲି ଯୋଗାଯୋଗ ବିଭାଗ ଦ୍ୱାରା ଇପ୍ଲିମେଣ୍ଟ କରାଯାଇଥିବା ନୂଆ ଏଆଇ ଟୁଲର ସାହାଯ୍ୟରେ ଏହି ନକଲି ନମ୍ବରକୁ ଚିହ୍ନାଯାଇ ଆକ୍ସନ ନିଆଯାଇଛି।

ଟେଲି ଯୋଗାଯୋଗ ନିଜ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏହି କଥାର ସୂଚନା ପ୍ରଦାନ କରିଛି। ସେହିପରି କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟେତିରାଦିତ୍ୟ ସିଂଘିୟା ଏକ ଇଭେଣ୍ଟରେ କହିଥିଲେ ଯେ, ଗୃହମନ୍ତ୍ରାଳୟ ସହ ମିଶି ଯୋଗାଯୋଗ ବିଭାଗ ସାଇବର କ୍ରାଇମ ହେଲ୍ପଲାଇନ ନମ୍ବର ୧୯୩୦ ଜାରି କରିଛି। ଏହି ନମ୍ବରରେ କରାଯାଇଥିବା ଅଭିଯୋଗ ପରେ ୧୦ ଲକ୍ଷ ଲୋକଙ୍କର ୩.୫ ହଜାର କୋଟି ଟଙ୍କା ସରକାର ବଞ୍ଚାଇଛନ୍ତି।