fbpx

ସିଲ୍ ହେବ ବିଗ୍ ବଜାର

ଭୁବନେଶ୍ୱର, ୨୦ା୨(ଓଡ଼ିଶା ଭାସ୍କର): ଡ୍ରେସଠୁ ଆରମ୍ଭ କରି ରାସନ ସାମଗ୍ରୀ ସବୁ ଜିନିଷ ବିଗ ବଜାରରେ ଉପଳବ୍ଧ ଥାଏ । ଏହାରି ମଧ୍ୟରେ ଆଜି ପଟିଆରେ ଥିବା ବିଗ୍ ବଜାର ସିଲ୍ ହେବା ନେଇ ସୂଚନା ମିଳିଛି । ଭୁବନେଶ୍ୱର ସ୍ଥିତ ପଟିଆରେ ଥିବା ବିଗବଜାର ସିଲ୍ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ସିଲ୍ ପ୍ରକ୍ରିୟା ଜାରି ହୋଇଛି । ବର୍ତ୍ତମାନ ପଟିଆ ବଜାରରେ ତାଲା ଝୁଲୁଥିବା ଜଣାପଡ଼ିଛି । ସେହି ମଲରେ ପାର୍କିଂ ସମସ୍ୟା ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବାରୁ ସିଲ୍ ହେବ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.