fbpx

ବଡ ଖବର: ରାଜ୍ୟରେ ନୂଆ ୧୩୦ ପଜିଟିଭ୍ ଚିହ୍ନଟ, ୬୫ ସୁସ୍ଥ

ଭୁବନେଶ୍ୱର,୫ ।୬(ଓଡିଶା ଭାସ୍କର): ରାଜ୍ୟରେ ଦିନକୁ ଦନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାରି ମଧ୍ୟରେ ଆଜି ରାଜ୍ୟର ପ୍ରାୟ ୨୧ ଜିଲ୍ଲାରୁ ୧୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୨୪ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ଆଉ ୬ ଜଣ ସ୍ଥାନୀୟ ଅଞ୍ଚଳର ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୬୦୮ରେ ପହଞ୍ଚିଛି । ଅନ୍ୟପଟେ ରାଜ୍ୟରେ ଆଉ ୬୮ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେମାନଙ୍କ ମଧ୍ୟରୁ କୋରାପୁଟରୁ ୬, ଖୋର୍ଦ୍ଧାରୁ ୨୨, ପୁରୀରୁ ୧, ରାୟଗଡାରୁ ୧, ଯାଜପୁରରୁ ୩, ଜଗତସିଂହପୁରରୁ ୧, ଗଜପତିରୁ ୭, ମୟୂରଭଞ୍ଜରୁ ୨୨, କଟକରୁ ୨୩, ଅନୁଗୁଳରୁ ୧, ବରଗଡରୁ ୪, ଢେଙ୍କାନାଳରୁ ୨, ବଲାଙ୍ଗୀରରୁ ୩, ଭଦ୍ରକରୁ ୪, କେନ୍ଦୁଝରରୁ ୨, କନ୍ଧମାଳରୁ ୩, କଳାହାଣ୍ଡିରୁ ୩, ଗଞ୍ଜାମରୁ ୧୨, ସୁନ୍ଦରଗଡରୁ ୭, ସୋନପୁରରୁ ୧, କେନ୍ଦ୍ରାପଡାରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.