fbpx

୨୪ ଘଣ୍ଟାରେ ୧୦ ହଜାର ନୂଆ ପଜିଟିଭ୍

ନୂଆଦିଲ୍ଲୀ,୫ ।୬: ଅନେକ କଟକଣା ପରେ ବି ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପ୍ରାୟ ୧୦ ହଜାର ନୂଆ ମାମଲା ସାମନାକୁ ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ଅପଡେଟ୍ ଅନୁସାରେ, ଗତ ୨୪ ଘଣ୍ଟାରେ ଦେଶରେ ୯ ହଜାର ୮୫୧ ନୂଆ ମାମଲା ଆସିଛି । ଏହା ସହ ୨୭୩ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ହଜାର ୩୫୫ ଲୋକ ସୁସ୍ଥ ହୋଇଛନ୍ତି ।

ଏହି କ୍ରମରେ ଦେଶରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ୭୭୦କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ୬,୩୪୮କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୯ ହଜାର ୪୬୧ ସୁସ୍ଥ ହୋଇଥିବା ବେଳେ ୧ ଲକ୍ଷ ୧୦ ହଜାର ୯୬୦ ଜଣ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୭୭,୭୯୩ ଆକ୍ରାନ୍ତ ଥିବା ବେଳେ ୨,୭୧୦ ଜଣଙ୍କର ମୃତ୍ୟୁ ହୋଇଛି । ଗୁଜୁରାଟରେ ୧୧୫୫, ଦିଲ୍ଲୀରେ ୬୫୦, ମଧ୍ୟପ୍ରଦେଶରେ ୩୭୭, ପଶ୍ଚିମବଙ୍ଗରେ ୩୫୫, ଉତ୍ତରପ୍ରଦେଶରେ ୨୪୫ ଓ ରାଜସ୍ଥାନରେ ୨୧୩ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.