fbpx

କର୍ଣ୍ଣାଟକ ଓ ଝାଡଖଣ୍ଡରେ ମୃଦୁ ଭୂକମ୍ପ

ଦୁଇ ଦିନ ପୂର୍ବରୁ ଦିଲ୍ଲୀ-ଏନସିଆରରେ ହୋଇଥିବା ଭୂକମ୍ପ ପରେ ଆଜି କର୍ଣ୍ଣାଟକର ହାମ୍ପି ଓ ଝାଡଖଣ୍ଡର ଜାମସେଦପୁରରେ ଭୂକମ୍ପ ଅନୁଭୂତ ହୋଇଛି । କର୍ଣ୍ଣାଟକର ହାମ୍ପିରେ ହୋଇଥିବା ଭୂକମ୍ପର ତୀବ୍ରତା ୪.୦ ଥିବା ବେଳେ ଏପର୍ଯ୍ୟନ୍ତ କୌଣସି ଧନଜୀବନ ନଷ୍ଟ ହୋଇଥିବାର ସୂଚନା ଆସିନାହିଁ । ଅନ୍ୟପଟେ ଝାଡଖଣ୍ଡର ଜାମସେଦପୁରରେ ୪.୭ ତୀବ୍ରତା ସହିତ ଭୂକମ୍ପ ହୋଇଥିଲା ।

ତେବେ ସକାଳ ୬ଟା ୫୫ରେ କର୍ଣ୍ଣାଟକରେ ଭୂକମ୍ପ ଅନୁଭୂତ ହୋଇଥିଲା । ଘରର ସାମଗ୍ରୀ ଘୁଞ୍ଚୁଥିବାର ଦେଖି ଲୋକମାନେ ଛାନିଆ ହୋଇ ଘର ବାହାରକୁ ଚାଲିଆସିଥିଲେ । ଏହା ସହ ଝାଡଖଣ୍ଡ ଭୂକମ୍ପ ମଧ୍ୟ ଲୋକମାନଙ୍କୁ ଭୟଭୀତ କରିଥିଲା ।

Get real time updates directly on you device, subscribe now.