fbpx

୧୦୮ ଗରା ଜଳରେ ସ୍ନାନ କରୁଛନ୍ତି ମହାପ୍ରଭୁ

ପୁରୀ,୫ ।୬(ଓଡିଶା ଭାସ୍କର): ଆଜି ହେଉଛି ଶ୍ରୀଜୀଉଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି ବିଜେ ହୋଇଥିବା ବେଳେ ମହାପ୍ରଭୁଙ୍କ ଜଳଲାଗି ନୀତି ଆରମ୍ଭ ହୋଇଛି । ୧୦୮ ଗରା ଜଳରେ ସ୍ନାନ କରୁଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ପୂଜାପଣ୍ଡା ସାମନ୍ତଙ୍କୁ ଗରାବଡୁ ବିଙ୍ଗଳରେ ଜଳ ଦେବାରେ ଲାଗିଛନ୍ତି । ପୂଜାପଣ୍ଡା ସେବାୟତମାନେ ମହାପ୍ରଭୁଙ୍କୁ ଜଳାଲାଗି କରୁଛନ୍ତି । ମହାପ୍ରଭୁ ଜଗନ୍ନାଥ ୩୫ ଗରା ଓ ବଳଭଦ୍ର ୩୩ ଗରା ଜଳରେ ସ୍ନାନ କରୁଛନ୍ତିି । ଏହା ସହିତ ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନ ୧୮ ଗରାରେ ସ୍ନାନ କରୁଛନ୍ତି ।

ଅନ୍ୟପଟେ ଚଳିତବର୍ଷ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ନିର୍ଘଣ୍ଟ ଅନୁଯାୟୀ, ରାତି ଗୋଟାଏରୁ ଭୋର ୪ଟା ମଧ୍ୟରେ ପହଣ୍ଡି ଆରମ୍ଭ ହୋଇଛି । ଦିନ ୧୧ଟା ରୁ ହାତୀବେଶ ଆରମ୍ଭ ହେବ ଓ ୧୨ଟା ଭିତରେ ବେଶ ଶେଷ ହୋଇ ହାତୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ । କରୋନା ପାଇଁ ଭକ୍ତଙ୍କୁ ବଡଦାଣ୍ଡ ମନା ହୋଇଛି । ଫଳରେ ଭକ୍ତର ସୁରକ୍ଷା ପାଇଁ ଶ୍ରୀଜିଉ ଆଜି ସ୍ନାନବେଦୀରେ ଏକୁଟିଆ କରୁଛନ୍ତି ସ୍ନାନ ।

Get real time updates directly on you device, subscribe now.