fbpx

ବିଚିତ୍ର ନିୟମ: ପାଳିତ ଝିଅକୁ ବାହାହେବ ବାପ

ପାଳିତ ଝିଅକୁ କେବେ ଜଣେ ବାପା ବାହା ହୋଇପାରିବ କି, ତାହା ପୁଣି କାନୁନ୍ ହିସାବରେ? କିନ୍ତୁ ଏପରି ନିୟମ ଇରାନରେ ଲାଗୁ ହୋଇଛି । ୨୦୧୩ରେ ଲାଗୁ ହୋଇଥିବା ଏହି ନିୟମ ଅନୁସାରେ, କୌଣସି ପିତା ତାଙ୍କ ପାଳିତ ଝିଅକୁ ବାହା ହୋଇପାରିବ । ଏହି ନିୟମକୁ ଲୋକମାନେ ତୀବ୍ର ବିରୋଧ କରିବା ସହ ରାଷ୍ଟ୍ରପତି ହମନ ରୋହାନୀଙ୍କ ଉଦାରବାଦୀ ଉପରେ ଆଙ୍ଗୁଳି ଉଠାଇଥିଲେ ।

ସେହିପରି ଇରାନରେ ପୋଷ୍ୟ କନ୍ୟାକୁ ବିବାହ ସମେତ ୫ଟି ବିଚିତ୍ର ନିୟମ ରହିଛି । ଆସନ୍ତୁ ଜାଣିବା ସେହି ବିଷୟରେ..

-ଇରାନରେ ଯଦି ଜଣେ ମହିଳା ପୁରୁଷ ଫୁଟବଳ ଦେଖୁଥିବାର ଦେଖାଯାଏ, ତେବେ ତାହାକୁ ଆଇନ ଉଲ୍ଲଂଘନ ବୋଲି କୁହାଯାଏ । ଏହାକୁ ନେଇ ମଧ୍ୟ ମହିଳାମାନେ ଅନେକ ବିରୋଧ କରିଛନ୍ତି ।

-ଇରାନରେ ଯଦି ୮ରୁ ୯ ବର୍ଷର ବାଳିକା ଅପରାଧ କରେ, ତେବେ ସରକାର ତାଙ୍କୁ ଶିଶୁ ନଭାବି ନିୟମ ଅନୁଯାୟୀ ଦଣ୍ଡ ଦିଅନ୍ତି ।

-ଇରାନରେ ଗୃହପାଳିତ କୁକୁରକୁ ଜନସାଧାରଣଙ୍କ ମଧ୍ୟରେ ଆଣିବା ଅପରାଧ ବୋଲି ବିବେଚନା କରାଯାଏ । ଏପରି କରିଥିବା ବ୍ୟକ୍ତିକୁ ଗିରଫ ମଧ୍ୟ କରାଯାଏ ।

-ଯଦି ଆପଣ ଇରାନରେ ଅଛନ୍ତି ଓ ବିବାହର ଲାଇସେନ୍ସ ହାସଲ କରିବାକୁ ଚାହାନ୍ତି, ତେବେ ଆପଣଙ୍କୁ ୧ ଘଣ୍ଡା ଗର୍ଭନିରୋଧକ ବିଷୟରେ ବକ୍ତୃତା ଦେବାକୁ ପଡିବ ।

Get real time updates directly on you device, subscribe now.