fbpx
BJD SKY
BJD SKY

ବଡ଼ ଖବର:୨୮ ଜିଲ୍ଲାରୁ ୧୩୩୭ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

BJD

ଭୁବନେଶ୍ୱର, ୫ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ୧୩୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୧୫ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ ୫୨୨ଜଣ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୦୧୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଗଞ୍ଜାମରୁ ୨୦୧, ଖୋର୍ଦ୍ଧାରୁ ୧୯୬, କଟକରୁ ୧୬୮, ସୁନ୍ଦରଗଡ଼ରୁ ୮୩, କେନ୍ଦୁଝରରୁ ୮୦, ଗଜପତିରୁ ୭୫, ପୁରୀରୁ ୭୩, ସମ୍ବଲପୁରରୁ ୭୨, ନୟାଗଡ଼ରୁ ୬୦, ମାଲକାନଗିରିରୁ ୩୮, କେନ୍ଦ୍ରାପଡ଼ାରୁ ୩୭, ବାଲେଶ୍ୱରରୁ ୩୧, କୋରାପୁଟରୁ ୩୧, ଯାଜପୁରରୁ ୨୪,ଭଦ୍ରକରୁ ୨୨,ରାୟଗଡ଼ାରୁ ୨୨, ଜଗତସିଂହପୁରରୁ ୨୧, କନ୍ଧମାଳରୁ ୨୦, ମୟୁରଭଞ୍ଜରୁ ୧୫, ବରଗଡ଼ରୁ ୧୪, କଳାହାଣ୍ଡିରୁ ୧୩, ବଲାଙ୍ଗୀରରୁ ୧୧, ଝାରସୁଗୁଡ଼ାରୁ ୧୦, ନବରଙ୍ଗପୁରରୁ ୭, ଢ଼େଙ୍କାନାଳରୁ ୫, ଅନୁଗୁଳରୁ ୪, ସୋନପୁରରୁ ୩, ବୌଦ୍ଧରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.