fbpx

ବଡ଼ ଖବର: ରାଜ୍ୟର ୩୦ ଜିଲ୍ଲାରୁ ଆଜି ୪୨୦୯ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୧୯ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୪୨୦୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୪୧ ଓ ସ୍ଥାନୀୟ ଅଞ୍ଚଳରୁ ୧୭୬୮ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୫୫୫୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ସର୍ବାଧିକ ଖୋର୍ଦ୍ଧାରୁ ୬୬୩, କଟକରୁ ୪୯୧, ପୁରୀରୁ ୩୨୬, ବାଲେଶ୍ୱରରୁ ୧୮୩, ଯାଜପୁରରୁ ୧୭୬, ଜଗତସିଂହପୁରରୁ ୧୪୬, ବରଗଡ଼ରୁ ୧୧୬, ଅନୁଗୁଳରୁ ୧୦୯, ଢ଼େଙ୍କାନାଳରୁ ୮୦, ବଲାଙ୍ଗୀରରୁ ୭୮, ଗଞ୍ଜାମରୁ ୬୫, ବୌଦ୍ଧରୁ ୫୫, ଭଦ୍ରକରୁ ୪୩, ଗଜପତିରୁ ୪୩, ଦେଓଗଡ଼ରୁ ୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.