fbpx

ବଡ଼ ଖବର: ରାଜ୍ୟର ୩୦ ଜିଲ୍ଲାରୁ ଆଜି ୪୩୩୦ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୨୦ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୪୩୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୫୫୬ ଓ ସ୍ଥାନୀୟ ଅଞ୍ଚଳରୁ ୧୭୭୪ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୯୮୮୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ସର୍ବାଧିକ ୬୪୪, କଟକରୁ ୫୪୯, ପୁରୀରୁ ୨୯୨, କନ୍ଧମାଳରୁ ୧୭୮, ଅନୁଗୁଳରୁ ୧୭୬, ଜଗତସିଂହପୁରରୁ ୧୬୭, ଯାଜପୁରରୁ ୧୫୮, ଝାରସୁଗୁଡ଼ାରୁ ୧୫୩, ମୟୁରଭଞ୍ଜରୁ ୧୫୨, ନବରଙ୍ଗପୁରରୁ ୧୩୩, ସୁନ୍ଦରଗଡ଼ରୁ ୧୨୩, ବାଲେଶ୍ୱରରୁ ୧୨୧, କେନ୍ଦୁଝରରୁ ୧୧୮, କେନ୍ଦ୍ରାପଡ଼ାରୁ ୧୦୭, ସମ୍ବଲପୁରରୁ ୧୦୭, କଳାହାଣ୍ଡିରୁ ୧୦୦, ବରଗଡ଼ରୁ ୯୯, କୋରାପୁଟରୁ ୯୪, ରାୟଗଡ଼ାରୁ ୮୫, ବଲାଙ୍ଗୀରରୁ ୭୯, ଭଦ୍ରକରୁ ୭୪, ଢ଼େଙ୍କାନାଳରୁ ୬୭, ମାଲକାନଗିରିରୁ ୬୩, ନୂଆପଡ଼ାରୁ ୬୨, ନୟାଗଡ଼ରୁ ୫୩, ଗଞ୍ଜାମରୁ ୫୧, ବୌଦ୍ଧରୁ ୪୭, ସୋନପୁରରୁ ୨୫, ଗଜପତିରୁ ୧୬, ଦେବଗଡ଼ରୁ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.