fbpx

BIG BREAKING; କୋରାପୁଟ କୁନ୍ଦୁଲି ହାଟପଦାରେ ଡବଲ ମର୍ଡର

Advertisement

ଓଡିଶା ଭାସ୍କର; କୋରାପୁଟରେ ଡବଲ ମର୍ଡର । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ହାଟପଦାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଥିବା ଖବର ସାମ୍ନାକୁ ଆସିଛି । ଟେମା ଗ୍ରାମର ବାପା ପୁଅଙ୍କ ଠେଙ୍ଗା ମାଡ଼ରେ ହାଟପଦାର ଗ୍ରାମର ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ୨ ଯୁବକଙ୍କ ଗଣ୍ଡଗୋଳରେ ଜଣଙ୍କ ମୃତ୍ୟୁକୁ ନେଇ ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ପ୍ରଥମେ ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକାକୁ କୁନ୍ଦୁଲି ହାଟପଦାର ପିତା ଯୋଗୁଲୁ ରୁଡ଼ି ଏବଂ ତାଙ୍କ ପୁଅ ରାଜକୁମାର ରୁଡ଼ି ମିଶି ହତ୍ୟା କରିଥିଲେ । ଏହାପରେ ଟେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକାଙ୍କ ପରିବାର ଲୋକେ ହାଟପଦାର ଗ୍ରାମର ରାଜକୁମାର ରୁଡ଼ିଙ୍କୁ ହତ୍ୟା କରିଛନ୍ତି। ତେବେ କେଉଁ କାରଣରୁ ଏଭଳି ଏକ ହତ୍ୟାକାଣ୍ଡର ଘଟିଗଲା ସେନେଇ କାରଣ ଅସ୍ପଷ୍ଟ ରହିଛି । ଅନ୍ୟପଟେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି ପଟ୍ଟାଙ୍ଗି ଥାନା ପୋଲିସ।

Get real time updates directly on you device, subscribe now.