fbpx
BSKY
BJD SHG SKY
BJD YOUTH SKY

କଙ୍ଗନା ରଣାୱତଙ୍କୁ ଡରିଲା ରାବଣ ! ଦହନ ପୂର୍ବରୁ ତଳେ ପଡିଗଲା ରାବଣର ପୁତ୍ତଳିକା

ନୂଆଦିଲ୍ଲୀ : ୨୪ ଅକ୍ଟୋବରରେ ଦେଶସାରା ଦଶହରାପାଳନ କରାଯାଇଛି । ବଲିଉଡ ଠାରୁ ଆରମ୍ଭ କରି ଟିଭି ଷ୍ଟାର ପର୍ଯ୍ୟନ୍ତ ସମସ୍ତେ ଧୁମଧାମରେ ପାଳନ କରିଛନ୍ତି ଦଶହରା । ୧୦ ମୁଣ୍ଡ ରାବଣକୁ ପୋଡିଲା ପରେ ଧର୍ମ ଏବଂ ଅଧର୍ମର ବାର୍ତ୍ତା ଦିଆଯାଇଛି । ଦିଲ୍ଲୀରେ ଫେମସ ଥିବା ରାମଳିଲା ପଡିଆରେ ରାବଣ ଦହନର ଆୟୋଜନ କରାଗଲା । କିନ୍ତୁ ଏଥର ଟିକେ ଅଲଗା ଥିଲା । ୫୦ ବର୍ଷ ଚାଲି ଆସୁଥିବା ପ୍ରଥା ବଦଳୀଥିଲା । ୫୦ ବର୍ଷ ପରେ ଜଣେ ମହିଳା ରାବଣର ଦହନ କରିଥଲେ । ଏତେ ବର୍ଷ ପରେ କୌଣସି ମହିଳା ରାବଣର ଦହନ କରିଥିଲେ । ଏହି ମହିଳା ଜଣକ ହେଉଛନ୍ତି ବଲିଉଡ ଆକ୍ଟର କଙ୍ଗନା ରଣାୱତ । ତାଙ୍କର ଆସନ୍ତା ଫିଲ୍ମ ‘ତେଜସ’ର ପ୍ରମୋସନ କରିବା ପରେ ଲଙ୍କାପତି ରାବଣର ଦହନ କରିଥିଲେ ।

କଙ୍ଗନା ରାମଳିଲା ମଇଦାନରେ ପହଞ୍ଚିବା ପୂର୍ବରୁ ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିଥିଲା । ମଇଦାନରେ ପହଞ୍ଚିବା ପୂର୍ବରୁ ଦହନ ପାଇଁ ରଖା ଯାଇଥିବା ରାବଣର ପୁତ୍ତଳିକା ପଡିଯାଇଥିଲା । ଏହା ପରେ ପୁଣି ରାବଣର ପୁ୍ତ୍ତୁଳାକୁ ପୁଣି ଠିଆ କରାଗଲା । ଏହା ପରେ କଙ୍ଗନା ରଣାୱତ ରାବଣକୁ ଦହନ କରିଥିଲେ । ଅଭିନେତ୍ରୀ ରାବଣକୁ ଦହନ କରୁଥିବା ଭିଡିଓ ସାମ୍ନାକୁ ଆସିଥିଲା । ଏହି ଭିଡିଓରେ ଅଭିନେତ୍ରୀ ରାବଣକୁ ଲକ୍ଷ କରି ତୀର ଚାଳନା କରୁଥିବା ଦେଖିବାକୁ ମିଳିଛି । ତେବେ ଅଭିନେତ୍ରୀ ଧମାକାଦାର ଦହନ କରୁଥିବା ଭିଡିଓରେ ଦେଖିବାକୁ ମିଳି ଥିଲା । ତାଙ୍କ ସହିତ ଅନେକ ଲୋକ ମଞ୍ଚରେ ଥିଲେ । ତେବେ ଅଭିନେତ୍ରୀ କହିଥିଲେ ଏହି ଦେଶର ସବୁଠାରୁ ବଡ ହିରୋ ଭଗବାନ ରାମ ।

ତେବେ ଅଭିନେତ୍ରୀ ନାରଙ୍ଗ ରଙ୍ଗର ଏକ ଶାଢି ପିନ୍ଧି ଥିଲେ । ସେ ତାଙ୍କୁ ମୁଣ୍ଡରେ ଖୋସା କରି ଲାଲ ରଙ୍ଗର ଗୋଲାପ ମଧ୍ୟ ଲାଗାଇଥିଲେ । ଏହା ସହ ସେ ହେବି ଜ୍ୱଲେରୀ ମଧ୍ୟ ପିନ୍ଧିଥିଲେ । ତାଙ୍କ ଲୁକ ପୁରା ଇଣ୍ଡିଆନ ଥିଲା ଏବଂ ସେ ଖୁବ ସୁନ୍ଦର ଦେଖାଯାଉଥିଲେ । କେବଳ ସେ ଧନୁ ଧରୀ ରାବଣକୁ ଲକ୍ଷ କରି ପାରି ନଥିଲେ ତାଙ୍କ ପାଖରେ ଥିବା ଲୋକମାନେ ତାଙ୍କୁ ଧନୁ କିପରି ଧରି ତୀର ଚାଳନା କରିବ ତାହା ଶିଖାଉଥିଲେ । ଏହା ଛଡା ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରମ ଆକାଉଣ୍ଟରେ ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି ।କଙ୍ଗନାଙ୍କ ଫିଲ୍ମ ଚନ୍ଦ୍ରମୁଖୀ ରିଲିଜ ହୋଇଥିଲା । ଏହା ପରେ କଙ୍ଗନାଙ୍କ ଫିଲ୍ମ ,ମରଜନ୍ସି ମଧ୍ୟ ଆଗକୁ ଆସୁଛି । ଏହି ଫିଲ୍ମରେ ସେ ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରାଗନ୍ଧୀଙ୍କ ଭୂମିକାରେ ନଜରକୁ ଆସିଛନ୍ତି । ତାଙ୍କର ଏହି ପିଲ୍ମର ଅନେକ ପୋଷ୍ଟର ଏବଂ ବ୍ୟାନର ନଜରକୁ ଆସିଛି ।

Get real time updates directly on you device, subscribe now.