fbpx
BSKY SKY
BSKY SKY

Big Breaking: ସୁରତର ଏକ କପଡ଼ା ମିଲରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

BSKY

ଗୁଜୁରାଟ: ଗୁଜୁରାଟ ସୁରତର କଡୋଦରାରେ ଏକ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହି ଅଞ୍ଚଳରେ ଥିବା ମହେଶ ଡାଇଙ୍ଗ ମିଲରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ତେବେ ଦଶଟି ଦମକାଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିଯୋଜିତ ଥିବା ଜଣାପଡ଼ିଛି । ତେବେ ଏହି ଘଟଣାରେ କେହି ହତାହତ ହୋଇନଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ହଠାତ ଏହି କପଡ଼ା ମିଲରେ ଆଜି ସକାଳେ ହଠାତ ନିଆଁ ଲାଗିଯାଇଥିଲା । ଏହି ନିଆଁ ଏତେ ଭୟାବହ ଥିଲା ଯେ ଏଥିରେ ମିଲ ସମେତ ଏହାର ଏକ ବଡ଼ ଗୋଦାମ ପୋଡ଼ି ପାଉଁଶ ହୋଇଯାଇଛି । ତେବେ ସଟ ସର୍କିଟ ହୋଇ ଏପରି ଅଘଟର ଘଟିଥିବା ସୂଚନା ମିଳିଛିି । ତେବେ ଦଶଟି ଦମକଳ ଗାଡ଼ି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା । ହେଲେ ନିଆଁର ପ୍ରଭାବ ଏତେ ଥିଲା ଯେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ସମୟ ଲାଗିଥିଲା । ତେବେ ଏହି ଘଟଣାରେ ମିଲର ଲକ୍ଷାଧୀକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି । ଏହା ସହିତ ଏହି ଘଟଣାରେ କେହି ଆହତ ହୋଇନଥିବା ଜଣାପଡ଼ିଛି ।

Get real time updates directly on you device, subscribe now.