fbpx

ପୁଣି ଅଲୋଡ଼ା ହେଲା କନ୍ୟାସନ୍ତାନ: ବିଲ ଭିତରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଭୁବନେଶ୍ୱର: ବୋରୱେଲ ଭିତରୁ ନବଜାତ କନ୍ୟା ଉଦ୍ଧାର ଘଟଣାକୁ ଦିନ କେଇଟା ନପୂରୁଣୁ ଆଉ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ବିଲରୁ ଆଜି ଆଉ ଏକନବଜାତ କନ୍ୟାର ମୃତଦେହ ଉଦ୍ଧାର ହୋଇଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଘଟଣାଟି କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର । ଏହି ଅଞ୍ଚଳର ମାଣିଆବନ୍ଧ ଥାନା କଙ୍କଡ଼ାଯୋଡ଼ି ଗାଁରେ ଆଜି ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି ।

ତେବେ ନବଜାତକଟି କାହାର ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । କିଏ ଏପରି ଭାବରେ ନବଜାତକକୁ ଏଠାରେ ଫିଙ୍ଗିଲା ଏ ନେଇ ମଧ୍ୟ କୌଣସି ସୂଚନା ମିଳିପାରି ନାହିଁ । ତେବେ ଗାଁ ଲୋକେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକନ୍ୟାର ମୃତଦେହ ଉଦ୍ଧାର କରିଥିଲା । ତେବେ ଏ ନେଇ ଅଧିକ ଅନୁସନ୍ଧାନ ଜାରି ରଖିଛି ପୁଲିସ ।

Get real time updates directly on you device, subscribe now.