fbpx
BSKY SKY
BSKY SKY

ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ପହିଲି ଭୋଗ ନୀତି

BSKY

ପୁରୀ: ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ପହିଲି ଭୋଗ ନୀତି ଆରମ୍ଭ ହେବ । ଏଥିଲାଗି ରାତି ୨ଟାରୁ ମନ୍ଦିରର ଦ୍ୱାର ଫିଟାଯାଇ ୨ଟା ୪୫ରେ ମଙ୍ଗଳ ଆଳତୀ ପରେ ମଇଲମ ରୋଷହୋମ ଓ ତଡ଼ପଲାଗି ଆଦି କେତେକ ନୀତି କରାଯିବ । ଆସନ୍ତାକାଲି ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଏକମାସ ବ୍ୟାପୀ ଏହି ନୀତି କରାଯିବାର ବିଧି ରହିଛି । ନୀତିନିର୍ଘଣ୍ଟ ଅନୁଯାୟୀ ପୂର୍ବାହ୍ନ ୬ଟା ସୁଦ୍ଧା ଶ୍ରୀଜୀଉଙ୍କୁ ପହିଲି ଭୋଗ ଅର୍ପଣ କରାଯିବ ।

ଲୋକକଥା ଅନୁଯାୟୀ ପୌଷ ମାସରେ ମହାଲକ୍ଷ୍ମୀ ବାପଘରକୁ ଯାଇ ଥିବାରୁ ମା’ ଯଶୋଦା ପୁଅ ଜଗନ୍ନାଥଙ୍କୁ ବଡିଭୋରରୁରୋଷେଇ କରି ଖାଇବାକୁ ଦେଇଥା’ନ୍ତି । ପୌଷମାସରେ ଦିନ ସାଢେ ୨ଟାରୁ ସାଢେ ୪ଟା ପର୍ଯ୍ୟନ୍ତ ପହୁଡ଼ କରାଯିବ । ଅପରାହ୍ନରେ ଦ୍ୱାର ଫିଟାଯାଇ ବେଶ, ସଂଧ୍ୟାଧୂପ, ଚନ୍ଦନ ଲାଗି, ବଡ଼ସିଂହାର ଭୋଗ ଓ ଟୋପର ଲାଗି ହୋଇ ରାତି ୧୧ଟା ସୁଦ୍ଧା ପହୁଡ ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି ।

Get real time updates directly on you device, subscribe now.