fbpx

ନାବାଳିକାକୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବିଜେପି ବିଧାୟକ: ୨୫ ବର୍ଷ କାରାଦଣ୍ଡ ଘୋଷଣା

ଉତ୍ତରପ୍ରଦେଶ: ନାବାଳିକା ସହ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବିଜେପି ବିଧାୟକ । ଉତ୍ତରପ୍ରଦେଶ ଜିଲ୍ଲା ଦୁଧୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ରାମଦୁଲାର ଗୌଡ଼ଙ୍କୁ ସୋନଭଦ୍ରା ଏମପି/ଏମଏଲଏ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ତେବେ ତାଙ୍କୁ ଏହି ଅପରାଧରେ ୨୫ ବର୍ଷ ପାଇଁ କାରାଦଣ୍ଡ ହେବା ସହିତ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ମଧ୍ୟ ଦଣ୍ହବିଧାନ କରାଯାଇଛି ।

ଏହା ପୂର୍ବରୁ ମଧ୍ୟ ତାଙ୍କୁ ଡିସେମ୍ବର ୧୨ ତାରିଖରେ ଦୋଷୀ ପ୍ରମାଣିତ କରାଯାଇଥିଲା । ତେବେ ଏହି ସମୟରେ ପୀଡ଼ିତାଙ୍କ ସହିତ ବୁଝାମଣା କରିବାକୁ ଟଙ୍କା ଲାଞ୍ଚ ଦେଇଥିବା ପୀଡ଼ିତାଙ୍କ ଓକିଲ କହିଛନ୍ତି । ଏପରିକି ପୀଡ଼ିତାଙ୍କୁ ବିିଭିନ୍ନ ପ୍ରକାର ଧମକ ମଧ୍ୟ ଦିଆଯାଇଥିବା ସେ କହିଛନ୍ତି । ବିବାହ ପରେ ପୀଡ଼ିତାଙ୍କ ଶାଶୂ ଘରକୁ ଯାଇ ବିଭିନ୍ନ ଧମକ ଦେଇଥିଲେ । ଏହା ସହିତ ନିଜ କ୍ଷମତାର ଡର ଦେଖାଇ ତାଙ୍କ ଉପରେ ଚାପ ପକାଇବାକୁ ମଧ୍ୟ ଚେଷ୍ଟା କରିଥିଲେ ।

ହେଲେ ପୀଡ଼ିତା ଜଣଙ୍କ ତାଙ୍କ ନିଷ୍ପତ୍ତି ଉପରେ କାଏମ ରହିଥିଲେ ବୋଲି କହିଛନ୍ତି ପୀଡ଼ିତାଙ୍କ ଓକିଲ । ଏପରିକି ଦୁଷ୍କର୍ମ ପରେ ପୀଡ଼ିତା ଜଣଙ୍କ ଗର୍ଭବତୀ ଥିବା ମଧ୍ୟ କହିଛନ୍ତି ସେ । ଏହାର ଅଲଟ୍ରାସାଉଣତଡ ରିପୋର୍ଟ ମଧ୍ୟ କୋର୍ଟରେ ଦାଖଲ କରାଯାଇଥିଲା । ହେଲେ କୋର୍ଟ ଏହି ରିପୋର୍ଟକୁ ଖାରଜ କରିଦେଇଥିଲେ । ତେବେ ଏହାକୁ ଆଧାର କରି ବିଧାୟକ ଗୌନ ଏହି ମାମଲାରୁ ରକ୍ଷା ପାଇବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ । ହେଲେ ବର୍ତ୍ତମାନ ଶୁଣାଣି ଆମ ସପକ୍ଷରେ ହୋଇଛି ବୋଲି କହିଛନ୍ତି ଓକିଲ ଶାକ୍ୟ ।

ତେବେ ସୋନଭଦ୍ରାର ସ୍ୱତନ୍ତ୍ର ଏମପି/ଏମଏଲଏ କୋର୍ଟରେ ଏହି ମାମଲାରେ ବିଧାୟକ ଗୌଡ଼ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କୋର୍ଟ ତାଙ୍କୁ ୨୫ ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି । ଏହା ସହିତ ୧୦ ଲକ୍ଷ ଟଙ୍କା ପୀଡ଼ିତାଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ବିଧାୟକ ପଦବୀରୁ ବହିଷ୍କାର କରିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ସୂଚନାଯୋଗ୍ୟ, ୨୦୧୪ ମସିହା ନଭେମ୍ବର ୪ ତାରିଖରେ ଦୁଧି ଅଞ୍ଚଳର ଜଣେ ନାବାଳିକା ବିଧାୟକଙ୍କ ବିରୋଧରେ ଦୁଷ୍କର୍ମର ଅଭିଯୋଗ କରିଥିଲେ । ତେବେ ବିଧାୟକ ଗୌଡ଼ ତାଙ୍କୁ ପ୍ରାୟ ୧ ବର୍ଷ ଧରି ଦୁଷ୍କର୍ମ କରିଆସୁଥିବା ସେ ନିଜ ଅଭିଯୋଗରେ ଉଲ୍ଲେଖ କରିଥିଲେ । ସେ ସମୟରେ ପୀଡ଼ିତାଙ୍କ ବୟସ ମାତ୍ର ୧୫ ବର୍ଷ ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.