fbpx

Big Breaking : ଦିଲ୍ଲୀରୁ ଆତଙ୍କବାଦୀ ଗିରଫ

AAKASH

ନୂଆଦିଲ୍ଲୀ : ପୁଣି ଏନଆଇଏ ଏଜେନ୍ସିକୁ ଏକ ବଡ଼ ସଫଳତା ମିଳିଛି । ରାଜଧାନୀରୁ ଆଇଏସଆଇ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛି । ଦିଲ୍ଲୀର ସ୍ୱତନ୍ତ୍ର ଟିମ ଶାହାନୱାଜକୁ ଗିରଫ କରିଛି । ଏନେଇ ୩ଲକ୍ଷ ଟଙ୍କାର ପୁରଷ୍କାର ରାଶି ଏନଆଇଏ ଘୋଷଣା କରିଥିଲା ।

ସ୍ୱାଧୀନତା ଦିବସ ଅଗଷ୍ଟ ୧୫ ପୂର୍ବରୁ, ଏନଆଇଏ ଏଜେନ୍ସି ଦିଲ୍ଲୀରୁ ଆଇଏସଆଇଏସର ଜଣେ ସକ୍ରିୟ ସଦସ୍ୟଙ୍କୁ ଗିରଫ କରିଥିଲା । ଆତଙ୍କବାଦୀର ନାମ ମୋହସିନ୍‌ ଅହମ୍ମଦ । ଆଇଏସଆଇଏସ କାର୍ଯ୍ୟକଳାପ ସଂପର୍କରେ ଏକ ସର୍ଚ୍ଚ ଅପରେସନ କରାଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ରବିବାର ଏନଆଇଏ ଅଭିଯୁକ୍ତ ମୋହସିନ୍‌ ଅହମ୍ମଦ ପୁଅ ମହମ୍ମଦ ଶକିଲ ଅହମ୍ମଦଙ୍କ ଆବାସିକ ପରିସରରେ ଖୋଜାଖୋଜି କରିଛି । ସେ ବାଟଲା ହାଉସରେ ରହୁଥିଲା । ଗିରଫ ଅଭିଯୁକ୍ତ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଜଣେ ସକ୍ରିୟ ସଦସ୍ୟ । ତାଙ୍କୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.