fbpx
BJD
BJD SKY
BJD SKY

ଘରେ ବସି କରିପାରିବେ ଆଧାର କାର୍ଡରେ ନୂଆ ମୋବାଇଲ ନମ୍ବର ଅପଡେଟ : ଜାଣନ୍ତୁ ଏହାର ପ୍ରକ୍ରିୟା

ନୂଆଦିଲ୍ଲୀ : ଆଧାର କାର୍ଡରେ ମୋବାଇଲ ନମ୍ବର ଅପଡେଟ କରିବାକୁ ହେଲେ ଡାକଘର କିମ୍ବା ସିଏସ୍ସି ସେଣ୍ଟରକୁ ଯିବାକୁ ପଡିଥାଏ, କିନ୍ତୁ ଏବେ ଏହି କାମ ଆପଣ ମାନେ ଘରେ ବସି ମଧ୍ୟ କରିପାରିବେ । ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଅଟେ । ଯଦି ଏଥିରେ ସଠିକ ସୂଚନା ନଥାଏ, ତେବେ ଆପଣ କୌଣସି ଯୋଜନାର ଲାଭ ପାଇବା କିମ୍ବା ଯେକୌଣସି ସ୍ଥାନରେ ଏହାକୁ ବ୍ୟବହାର କରିବା ସମୟରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ସୂଚନା ଅନୁସାରେ, ଆଧାର କାର୍ଡକୁ ଅପଡେଟ କରିବାପାଇଁ UIDAI କେବଳ ଦୁଇଟି ମାଧ୍ୟମର ବ୍ୟବସ୍ଥା କରିଛି । କିନ୍ତୁ କିଛି କାମ ଆପଣ ଅନଲାଇନରେ କରି ପାରିବେ ନାହିଁ ।
ଏଥିରେ ମୋବାଇଲ ନମ୍ବର ଅପଡେଟ ମଧ୍ୟ ଅନ୍ତର୍ଭୁକ୍ତ ଅଛି । ମୋବାଇଲ୍ ନମ୍ବରକୁ ଅପଡେଟ କରିବାକୁ ହେଲେ CSC କେନ୍ଦ୍ରକୁ ଯାଇ, ଲମ୍ବା ଧାଡିରେ ରହି ସମୟ ନଷ୍ଟ କରିବାକୁ ପଡିବ । ଏପରି ପରିସ୍ଥିତିରେ, ଆମେ ଆପଣଙ୍କୁ ଏକ ପଦ୍ଧତି କହିବୁ ଯାହା ଦ୍ୱାରା ଆପଣଙ୍କୁ କୌଣସି ସ୍ଥାନକୁ ଯିବା ଆବଶ୍ୟକ ନାହିଁ । ଘରେ ବସି ଆପଣ ଆଧାର କାର୍ଡରେ ନିଜର ନମ୍ବର ଅପଡେଟ କରିପାରିବେ । ଘରେ ବସି ମୋବାଇଲ ନମ୍ବର ଅପଡେଟ କରିବାକୁ ହେଲେ, ଆପଣଙ୍କୁ ଜଣେ ପୋଷ୍ଟମ୍ୟାନର ସାହାଯ୍ୟ ନେବାକୁ ପଡିବ । ପୋଷ୍ଟମ୍ୟାନ ଆପଣଙ୍କ ଘରକୁ ଆସି ଆଧାର କାର୍ଡରେ ମୋବାଇଲ୍ ନମ୍ବର ଅପଡେଟ କରିବେ ।

ଆଧାର କାର୍ଡରେ ନମ୍ବର ଅପଡେଟ କରିବାକୁ ହେଲେ ଆପଣଙ୍କୁ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ (IPPB) ସରକାରୀ ପୋର୍ଟାଲକୁ ଯିବାକୁ ପଡିବ । ଏହି ପୋର୍ଟାଲ ମାଧ୍ୟମରେ ଅନେକ ଆଧାର ସମ୍ବନ୍ଧୀୟ କାର୍ଯ୍ୟ କରାଯାଏ । ଏହା ବ୍ୟତୀତ ଦେଶରେ ବ୍ୟାଙ୍କିଂ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି । ମୋବାଇଲ ନମ୍ବରକୁ ଅପଡେଟ କରିବାକୁ ହେଲେ, DOORSTEP BANKING SERVICE REQUEST ଫର୍ମ ପୂରଣ କରିବାକୁ ପଡିବ । ଏହା ପରେ ଆପଣଙ୍କୁ ଆଧାର ମୋବାଇଲ ନମ୍ବର ବିକଳ୍ପ ଚୟନ କରିବାକୁ ପଡିବ । ଏହାପରେ ସଂପୂର୍ଣ୍ଣ ସୂଚନା ପୂରଣ କରିବାକୁ ପଡିବ । ପରେ ଆପଣଙ୍କୁ ଦାଖଲ ବଟନ ଉପରେ କ୍ଲିକ କରିବାକୁ ପଡିବ । ବର୍ତ୍ତମାନ ନିକଟ ଶାଖାରୁ ଏକ କଲ ଆସିବ ଏବଂ ପରେ ପୋଷ୍ଟମ୍ୟାନ ଘରକୁ ଆସିବ । ମୋବାଇଲ ନମ୍ବର ଅପଡେଟ ପାଇଁ ୫୦ଟଙ୍କା ଚାର୍ଜ ନିଆଯିବ ।

Get real time updates directly on you device, subscribe now.