fbpx

ବଡ଼ ଖବର, ୟୁଜି ଓ ପିଜି ଶେଷବର୍ଷ ପରୀକ୍ଷା ହେବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୮ା୮: ୟୁଜି ଓ ପିଜି ପରୀକ୍ଷା ନେଇ ଆସିଲା ବଡ଼ ଖବର । ସେପ୍ଟେମ୍ବର ଶେଷ ସୁଦ୍ଧା ୟୁଜି ଓ ପିଜି ପରୀକ୍ଷା ହେବ । ପରୀକ୍ଷା ବାତିଲ ନେଇ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରିଛନ୍ତି । ୟୁଜିସିରେ ଜୁଲାଇ ୬ ନିର୍ଦ୍ଦେଶକୁ କାଏମ ରଖିଚନ୍ତି କୋର୍ଟ । ସେପ୍ଟେମ୍ବର ସୁଦ୍ଧା ଶେଷବର୍ଷ ପରୀକ୍ଷା ସାରିବାକୁ ନିର୍ଦ୍ଦେଶ ଥିଲା । ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ୩ଜଣିଆ ଖଣ୍ଡପୀଠରେ ଏହି ରାୟ ଶୁଣାଯାଇଛି । କରୋନା ଅସୁବିଧା ଥିଲେ ସମ୍ପୃକ୍ତ ରାଜ୍ୟ ପରୀକ୍ଷା ଘୁଞ୍ଚାଇ ପାରିବେ । ଏଥିପାଇଁ ସମ୍ପୃକ୍ତ ରାଜ୍ୟ ପରୀକ୍ଷା ଘୁଞ୍ଚାଇବାକୁ ୟୁଜିସିକୁ ଆବେଦନ କରିବେ । ୟୁଜିସି ବିନା ଅନୁମତିରେ କୌଣସି ଛାତ୍ରଛାତ୍ରୀଙ୍କୁ ଉତ୍ତୀର୍ଣ୍ଣ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଉଲ୍ଳେଖଯୋଗ୍ୟ ଯେ ଅଗଷ୍ଟ ୧୮ରେ ଶୁଣାଣି ସାରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ ।

Get real time updates directly on you device, subscribe now.