fbpx

BIG BREAKING; ଭି.କେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା

Advertisement

ଓଡିଶା ଭାସ୍କର; VRS ପରେ ଭି.କେ ପାଣ୍ଡିଆନଙ୍କୁ ମିଳିଲା ନୂଆ ଦାୟିତ୍ୱ । କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ଭାବେ ପାଣ୍ଡିଆନଙ୍କୁ ଦାୟିତ୍ୱ ମିଳିଥିବା ଖବର ବର୍ତମାନ ସାମ୍ନାକୁ ଆସିଛି । ନବୀନ ଓଡିଶା ଓ ୫ଟିର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇବେ ଭି.କେ ପାଣ୍ଡିଆନ୍ । ସିଧାସଳଖ ସେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାମ କରିବେ। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସୂଚନା ଥାଉକି, ଗତକାଲି ରାଜ୍ୟର ୫-ଟି ସଚିବ ଭି.କେ ପାଣ୍ଡିଆନ ସ୍ୱେଚ୍ଛାକୃତ ଭାବେ ଅବସର (ଭିଆରଏସ) ଗ୍ରହଣ କରିଥିଲେ । ପାଣ୍ଡିଆନଙ୍କ ଭିଆରଏସକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ମଞ୍ଜୁର କରିଥିଲେ । ଏନେଇ ରାଜ୍ୟ ସାଧାରଣ ପ୍ରଶାସନ (ଜିଏ) ବିଭାଗର ଅତିରିକ୍ତି ମୁଖ୍ୟ ଶାସନ ସଚିବ (ଏସିଏସ)ଙ୍କୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟର ଅନୁସଚିବ ଚିଠି ଲେଖି ଜଣାଇଥିଲେ । ଗତ ୨୦ ତାରିଖରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିବା ଆବେଦନକୁ ଗତକାଲି ମଞ୍ଜୁରୀ ମିଳିଥିଲା । ସର୍ବଭାରତୀୟ ସେବା ଆଇନ ୧୬(୨ଏ) ଅନୁସାରେ ଉକ୍ତ ଆବେଦନକୁ ମଞ୍ଜୁରୀ ମିଳିଥିବା ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଥିଲା।

 

Get real time updates directly on you device, subscribe now.