fbpx

ଏସିଆନ୍ ପାରା ଗେମ୍ସ: Women’s 400m-T20ରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଦୀପ୍ତି

Advertisement

ହଙ୍ଗଜୋ: ପାରା ଏସିଆନ୍ ଗେମ୍ସ ୨୦୨୩ରେ ଭାରତର ପଦକ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଯୋଗିତାର ଦ୍ୱିତୀୟ ଦିନ ୨୪ ଅକ୍ଟୋବରରେ ପ୍ରାଚୀ ଯାଦବ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ପରେ ମହିଳା ୪୦୦ ମିଟର-ଟି୨୦ରେ ଦୀପ୍ତି ଜୀବାଞ୍ଜୀ ଭାରତ ପାଇଁ ଏକ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୫୬.୬୯ ସେକେଣ୍ଡରେ ଏକ ନୂଆ ଏସିଆନ୍ ପାରା ରେକର୍ଡ ଓ ଗେମ୍ସ ରେକର୍ଡ ସହ ସେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ଏହା ସହିତ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୮କୁ ବୃଦ୍ଧି ହୋଇଛି ।

ତେବେ ମହିଳା କାନୋଏ(ଏକ ପ୍ରକାର ନୌଚାଳନା) ଇଭେଣ୍ଟ୍ରେ ପ୍ରାଚୀ ଯାଦବ ସ୍ୱର୍ଣ୍ଣ ହାସଲ କରିଛନ୍ତି । ସେ ମହିଳା କେଏଲ ୨ କାଟାଗୋରୀ ପାରା କାନୋଏ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏସୀୟ ପାରା କ୍ରୀଡ଼ାରେ ଦ୍ୱିତୀୟ ଦିନରେ ଏହା ପ୍ରଥମ ସ୍ୱର୍ଣ୍ଣ ପଦକ । ମହିଳା କେଏଲ ୨ ପାରା କାନୋଏରେ ପ୍ରାଚୀ ୫୪.୯୬୨ ସମୟ ନେଇ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ଏହା ପୂର୍ବରୁ ପ୍ରାଚୀ ମହିଳା ବିଭାଗର କାନୋଏ ଇଭେଣ୍ଟ୍‌ରେ VL2 ବର୍ଗରେ ସିଲଭର ମେଡାଲ ଜିତିଥିଲେ । ସେହିପରି କେଏଲ୍‌ 3 ପୁରୁଷ ପାରା କାନୋଏରେ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି ମନୀଷ କୌବର । ସେ 44.605ରେ ନୌଚାଳନା ଶେଷ କରି ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ଜିତିଛନ୍ତି । ଏହା ସହିତ ଭାରତର ପଦକ ସଂଖ୍ୟା 20ରେ ପହଞ୍ଚିଛି ।

Get real time updates directly on you device, subscribe now.