fbpx

kalki 2898 AD: ବିଗ୍‌ବିଙ୍କ ଅଭିନୟରେ ଫ୍ୟାନ୍ସ ଘାଇଲା, ଦିନେ ନିଜ କଣ୍ଠ ପାଇଁ ରିଜେକ୍ଟ ହୋଇଥିଲେ ବଲିଉଡ ମହାନାୟକ, ଆଉ ଆଜି ୧୫୦୦ କୋଟିର ମାଲିକ

Advertisement

ଓଡିଶା ଭାସ୍କର : ଦୀର୍ଘ ଦଶନ୍ଧିରୁ ଅଭିନୟ ଜାରି ରଖିଥିବା ବଲିଉଡ ମହାନାୟକ ଅମିତାଭ ବଚ୍ଚନ ନିଜର ଅଭିନୟ ଓ ସରଳ ସ୍ୱଭାବ ପାଇଁ ପ୍ରଶଂସକଙ୍କ ମନରେ ବସା ବାନ୍ଧି ରହିଛନ୍ତି । ଏବେ ବିଗ୍‌ବିଙ୍କୁ ନେଇ ଚାରିଆଡେ ଚର୍ଚ୍ଚା ଲାଗି ରହିଛି “କଲ୍କି ୨୮୯୮ ଏଡି’ (kalki 2898 AD)  ସିନେମା ପାଇଁ । ଏଥିରେ ତାଙ୍କର ଦମଦାର ଅଭିନୟରେ ଦର୍ଶକ ଘାଇଲା ହୋଇଛନ୍ତି । ଚର୍ଚ୍ଚାରେ ଥିବା ଅମିତାଭ ତ ହୃଦୟରୁ ଧନୀ । ତେବେ ବାସ୍ତବରେ ସାଧାରଣଭାବରେ ସେ କେତେ ଧନୀ ଜାଣିବା ….

ଦିନ ଥିଲା ନିଜର ମୋଟା ବା ଭାରି କଣ୍ଠସ୍ୱର ପାଇଁ ବଲିଉଡ ବିଗ୍‌ବି ରିଜେକ୍ଟ ହୋଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସେ ସିନେମା ଜଗତର ମହାନାୟକ ସାଜି ପାରିଛନ୍ତି । ବିଗ୍‌ବିଙ୍କ ପ୍ରଥମ ସିନେମା ୧୯୬୯ ରେ ଆସିଥିଲା । ଯାହାର ନାଁ ଥିଲେ “ସାତ ହିନ୍ଦୁସ୍ତାନୀ’ । କିନ୍ତୁ, ଅମିତାଭଙ୍କୁ ବାସ୍ତବିକ ପରିଚୟ ଦେଇଥିଲା ପ୍ରକାଶ ମେହେରାଙ୍କ ସିନେମା “ଜଞ୍ଜିର’ । ଏଥିରେ ସେ ଇନସ୍ପେକ୍ଟର ବିଜୟଙ୍କ ଭୂମିକା ତୁଲାଇଥିଲେ । ଯାହା ଲୋକଙ୍କ ହୃଦୟକୁ ତୀର ଭଳି ଭେଦି ଥିଲା । ତା’ ପରେ ବିଗ୍‌ବିଙ୍କ କିସ୍ମତ ଏମିତି ଚମକିଥିଲା ଯେ ସେ “ସୋଲେ’, “ଦିୱାର’, “ଶହଂଶାହ’ ତଥା “ମର୍ଦ୍ଦ’ ଭଳି ସିନେମାରେ ଅଭିନୟ କରି ଘରେ ଘରେ ଛାଇ ଯାଇଥିଲେ । ଏହି ମହାନାୟକ ସିନେମା ଜଗତରେ ପ୍ରାୟ ୫୫ ବର୍ଷ ହେବ ମନୋରଞ୍ଜନ ଦିନକୁ ଦିନ ଆହୁରି ଲୋକପ୍ରିୟ ହୋଇ ଚାଲିଛନ୍ତି । ବିଗ୍‌ବିଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବେଶ୍ ନିଆରା । କୋଟି କୋଟି ସମ୍ପତ୍ତିର ମାଲିକ ଅଟନ୍ତି ସିନେ ଜଗତର ଏହି ମହାନାୟକ । ମୁମ୍ବାଇରେ ତାଙ୍କର ଗୋଟିଏ କି ଦୁଇଟି ନୁହେଁ ବରଂ ପାଞ୍ଚ ପାଞ୍ଚଟି ବଙ୍ଗଳା ରହିଛି । ଅମିତାଭ ବଚ୍ଚନ ନିଜ ପରିବାର ସହ “ଜଲସା’ ରେ ରୁହନ୍ତି । ୧୫୦୦ କୋଟିରୁ ଅଧିକ ସମ୍ପତ୍ତି ରହିଛି ଅମିତାଭଙ୍କ ପରିବାରର ।

Get real time updates directly on you device, subscribe now.