fbpx

ଅନଲକ-୧ର ପ୍ରଥମ ଦିନରେ ବଦଳିଗଲା ସୁନା ଦାମ୍, ରୂପା@ ୫୦,୦୦୦

ଅନଲକର ପ୍ରଥମ ଦିନରେ ସୁନା-ରୂପା ମୂଲ୍ୟରେ ଏକ ବଡ ପରିବର୍ତ୍ତନ ଆସିିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୩୭୭ଟଙ୍କାକୁ ବୃଦ୍ଧି ପାଇଛି । ଶୁକ୍ରବାର ଦିନ ଏହା ୧୦ ଗ୍ରାମ ପ୍ରତି ୪୬,୯୨୯ ଟଙ୍କାରେ ବିକ୍ରି ହୋଇଥିଲା । ଅନ୍ୟପଟେ ରୂପା ଉପରେ କିଲୋଗ୍ରାମ ପିଛା ୧୫୭୫ ଟଙ୍କା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ରୂପା ବର୍ତ୍ତମାନ ୫୦.୦୦୦ ଅତିକ୍ରମ କରିଛି । ଇଣ୍ଡିଆନ୍ ବୁଲିଅନ୍ ଆଣ୍ଡ ଆସୋସିଏନର ୱେବସାଇଟ (ibjarates.com)ରେ ସୁନା-ରୂପାର ହାରାହାରି ମୂଲ୍ୟ ଅପଡେଟ୍ କରାଯାଇଛି ।

ତେବେ ଆଜି ସକାଳେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନାଦାମ ୪୭,୩୦୬ ଟଙ୍କାକୁ ବୃଦ୍ଧି ପାଇଛି । ଏହା ସହ ୨୩ କ୍ୟାରେଟ୍ ସୁନା ୪୭,୧୧୭ ଟଙ୍କାକୁ ବୃଦ୍ଧି ପାଇଛି । ଦିଲ୍ଲୀର ଇଣ୍ଡିଆ ବୁଲିଅନ୍ ଏବଂ ଜୁଏଲର୍ସ ଆସୋସିଏସନର ମିଡିଆ ଦାୟିତ୍ୱରେ ଥିବା ରାଜେଶ ଖୋସଲାଙ୍କ ଅନୁଯାୟୀ, ଦେଶର ୧୪ ଟି କେନ୍ଦ୍ରରୁ ହାରାହାରି ସୁନା ଓ ରୂପା ମୂଲ୍ୟ ଦର୍ଶାଯାଇଛି । ଖୋସଲା କହିଛନ୍ତି ଯେ ବର୍ତ୍ତମାନର ସୁନା-ରୂପା ମୂଲ୍ୟ ବିଭିନ୍ନ ସ୍ଥାନରେ ଅଲଗା ହୋଇପାରେ କିନ୍ତୁ ସେମାନଙ୍କ ମୂଲ୍ୟରେ ସାମାନ୍ୟ ପାର୍ଥକ୍ୟ ରହିବ ।

Get real time updates directly on you device, subscribe now.