fbpx

ରାଜ୍ୟରେ ପଙ୍ଗପାଳ ମୁକାବିଲା କରିବା ପାଇଁ ନିୟମାବଳୀ ଜାରି

ଭୁବନେଶ୍ୱର,୧ା୬(ଓଡ଼ିଶା ଭାସ୍କର): ରାଜ୍ୟକୁ ପ୍ରାୟ ୬୦ବର୍ଷ ପରେ ପଙ୍ଗପାଳ ପଶି ଆସିବା ଆଶଙ୍କା ରହିଛି ।ଏନେଇ କୃଷି ଭବନରେ ସମୀକ୍ଷା ବୈଠକ ହୋଇଛି । ଏହି ବୈଠକ ପରେ କୃଷି ବିଭାଗ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି । ମୁକାବିଲା କରିବା ପାଇଁ ସବୁ ଜିଲ୍ଲାରେ କଣ୍ଟ୍ରୋଲ ରୁମ ଖୋଲାଯିବ । ପ୍ରତି ଜିଲ୍ଲାରେ ନୋଡ଼ାଲ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ଜିଲ୍ଲାସ୍ତରର ଅଧିକାରୀମାନେ ପଙ୍ଗପାୟେଳ ସମ୍ପର୍କରେ ସଚେତନ କରାଇବେ । ୮ଲକ୍ଷ ଚାଷୀ ହେଲପଲାଇନରେ ଜଡ଼ିତ ଅଛନ୍ତି । ୬ଲକ୍ଷ ଚାଷୀ ହ୍ୱାଟ୍ସଆପ୍ ଗ୍ରୁପରେ ଅଛନ୍ତି ।

ପଙ୍ଗପାଳ ମୁକାବିଲା ନେଇ କଣ କରାଯିବ ଅନୁଧ୍ୟାନ କରାଯାଉଛି । ପଙ୍ଗପାଳ ଓଡ଼ିଶା ଆସିବା ପବନର ବେଗ ଓ ମୌସୁମୀ ଉପରେ ନିର୍ଭର କରିବ । କୃଷି ସଚିବ ମୁଥୁ କୁମାର ଏନେଇ ସୂଚନା ଦେଇଛନ୍ତି । ପଙ୍ଗପାଳକୁ ରୋକିବା ବା ଫସଲକୁ ରକ୍ଷା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର । ସେନେଇ ଜିଲ୍ଲା ଓ ବ୍ଲକ ସ୍ତରର ଅଧିକାରୀମାନେ ସର୍ଭେ ଆରମ୍ଭ କରିସାରିଲେଣି । ୫ଟି ପଏଣ୍ଟରେ ସଚେତନ କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ବୈଷୟିକ ପରାମର୍ଶ ନିଆଯାଉଛି । ବିହାର, ଆନ୍ଧ୍ର ଓ ତେଲେଙ୍ଗାନା ଉପରେ ମଧ୍ୟ ନଜର ରଖାଯାଇଛି ।

Get real time updates directly on you device, subscribe now.