fbpx

ଏହି ରାଜ୍ୟଗୁଡିକରେ ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଜାଣନ୍ତୁ ଆଜିର ଦାମ୍

ଦେଶରେ ଅନଲକ୍-୧ର ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହୋଇଛି । ଅନଲକର ପ୍ରଥମ ଦିନରେ ହିଁ ମହାରାଷ୍ଟ୍ର, ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ ଓ ମିଜୋରାମରେ ପେଟ୍ରୋଲ-ଡିଜେଲ ବୃଦ୍ଧି ପାଇଛି । କିନ୍ତୁ ଦିଲ୍ଲୀ ଓ ଚେନ୍ନାଇରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଇଣ୍ଡିଆନ୍ ଅଏଲ ୱେବସାଇଟରେ ୧ ଜୁନ୍ ୨୦୨୦ରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ପାଟଣା ଓ ଲଖନଉର ପେଟ୍ରୋଲ ଓ ଡିଜେଲ ଦର ପ୍ରକାଶ ପାଇଛି ।


ୱେବସାଇଟ୍ ମୁତାବକ, ପେଟ୍ରୋଲ ଲିଟର ମିଛା ଦିଲ୍ଲୀରେ ୭୧.୨୬ ଟଙ୍କା, ମୁମ୍ବାଇରେ ୭୮.୩୨ ଟଙ୍କା, ଚେନ୍ନଇରେ ୭୫.୫୪ ଟଙ୍କା, କୋଲକାତାରେ ୭୩.୩ ଟଙ୍କା, ନୋଏଡାରେ ୭୪.୦୫ ଟଙ୍କା, ପାଟଣାରେ ୭୬.୨୭ ଟଙ୍କା, ଲଖନଉରେ ୭୩.୯୪ ଟଙ୍କା ରହିଛି ।

ସେହିପରି ଡିଜେଲ ଳିଟର ପିଛା ଦିଲ୍ଲୀରେ ୬୯.୩୯ ଟଙ୍କା, ମୁମ୍ବାଇରେ ୬୮.୨୧ ଟଙ୍କା, ଚେନ୍ନଇରେ ୬୮.୨୨ ଟଙ୍କା, କୋଲକାତାରେ ୬୫.୬୨ ଟଙ୍କା, ନୋଏଡାରେ ୬୩.୯୭ ଟଙ୍କା, ପାଟଣାରେ ୬୮.୮ ଟଙ୍କା, ଲଖନଉରେ ୬୩.୮୮ ଟଙ୍କା ରହିଛି ।

Get real time updates directly on you device, subscribe now.