fbpx
BSKY
BJD SHG SKY
BJD YOUTH SKY

କିସାନ କ୍ରେଡିଟ୍ କାର୍ଡରେ ବଡ଼ ପରିବର୍ତ୍ତନ, RBI କରିବାକୁ ଯାଉଛି ଏହି କାମ…

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ପ୍ରଦେଶ ଏବଂ ତାମିଲନାଡୁରେ କିସାନ କ୍ରେଡିଟ୍ କାର୍ଡର ଡିଜିଟାଇଜେସନର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଆରବିଆଇ ଅନୂଯାୟୀ ଏହି ପାଇଲଟ ପ୍ରୋଜେକ୍ଟର ଫଳାଫଳକୁ ଧ୍ୟାନରେ ରଖି ଦେଶରେ କିସାନ କ୍ରେଡିଟ୍ କାର୍ଡର ଡିଜିଟାଇଜେସନ ଅଭିଯାନ ଚଳାଯିବ ।

ମଧ୍ୟପ୍ରଦେଶ ଏବଂ ତାମିଲନାଡୁରେ ଆରମ୍ଭ ହୋଇଥିବା ପାଇଲଟ୍ ପ୍ରୋଜେକ୍ଟ ଦ୍ୱାରା ବ୍ୟାଙ୍କ ମଧ୍ୟରେ ଥିବା ବିଭିନ୍ନ ପ୍ରକ୍ରିୟାର ସ୍ୱୟଂଚାଳିତତା ଏବଂ ସେବା ପ୍ରଦାନକାରୀଙ୍କ ସହିତ, ସେମାନଙ୍କ ସିଷ୍ଟମର ଏକୀକରଣ ଉପରେ ଧ୍ୟାନ ଦେବ । କିସାନ କ୍ରେଡିଟ୍ କାର୍ଡର ଡିଜିଟାଇଜେସନ୍ ଦ୍ୱାରା ଲୋନ୍ ଦେବା ପ୍ରକ୍ରିୟାକୁ ଅଧିକ ତ୍ୱରିତ କରିବାରେ ଏବଂ ଋଣ ନେଇଥିବା ବ୍ୟକ୍ତିଙ୍କ ସୁଧ ହ୍ରାସ କରିବାରେ ସାହାଯ୍ୟ କରିବ ।

ଏହା ବ୍ୟତୀତ ଆରବିଆଇ କହିଛି ଯେ ଆବେଦନ କରିବା ଠାରୁ ଆରମ୍ଭ କରି ଏହାର ବିତରଣ ପର୍ଯ୍ୟନ୍ତ ସମୟ ମଧ୍ୟ ଯଥେଷ୍ଟ ହ୍ରାସ ପାଇବ । ଚାରି ସପ୍ତାହର ଏହି ସମୟ ଦୁଇ ସପ୍ତାହକୁ ହ୍ରାସ କରାଯାଇପାରେ ।

ସୂଚନାଯୋଗ୍ୟ, କୃଷକଙ୍କୁ ସହଜରେ ଅର୍ଥ ଯୋଗାଇଦେବା ଉଦ୍ଦେଶ୍ୟରେ ୧୯୯୮ ରେ କେସିସି ଯୋଜନା ଆରମ୍ଭ କରାଯାଇଥିଲା । ଏହି ଯୋଜନା ଅନୂଯାୟୀ, ମଞ୍ଜି, ଉର୍ବରକ, କୀଟନାଶକ ଭଳି କୃଷି ଉତ୍ପାକୁ କିଣିବା ପାଇଁ କୃଷକଙ୍କୁ ଋଣ ଯୋଗାଯାଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୦୨୦ ରେ ସଂଶୋଧିକ କେସିସି ଯୋଜନା ଆରମ୍ଭ କରିଥିଲେ ଯେଉଁଥିରେ କୃଷକଙ୍କୁ ସମୟରେ ନିର୍ଦ୍ଦିଷ୍ଟ ରାଶି ଯେଗାଯିବାର ନିୟମ ଆରମ୍ଭ କରାଯାଇଥିଲା ।

Get real time updates directly on you device, subscribe now.