fbpx

ପରଲୋକରେ ଫେମସ୍ ସିଙ୍ଗର ବାମ୍ବା ବାକ୍ୟା

ନୂଆଦିଲ୍ଲୀ: ପ୍ରସିଦ୍ଧ ଗାୟକ ବାଙ୍କା ବାକ୍ୟା ଆଉ ନାହାନ୍ତି । ମାତ୍ର ୪୯ ବର୍ଷ ବୟସରେ ସେ ସମସ୍ତଙ୍କୁ ଅଲବିଦା ଜଣାଇଛନ୍ତି । ଗତ କିଛିଦିନ ଧରି ତାଙ୍କର ଚିକିତ୍ସା ଜାରି ରହିଥିଲା । ହାର୍ଟ ଆଟାକ ଆସିବା ପରେ ତାଙ୍କର ମୃତ୍ୟୁ ଘଟିଛି । ଗତକାଲି ତାଙ୍କ ସ୍ୱାସ୍ଥ୍ୟରେ ଅସ୍ଥିରତା ଦେଖାଦେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବାମ୍ବାଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ହତବାକ କରିଦେଇଛି ।

ବାମ୍ବାଙ୍କ ଅଚାନକ ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ ପ୍ରଶଂସକ ମନରେ ନିରାଶା ଭରି ଦେଇଛି । ସେ ‘ପୋନ୍ନିୟିନ ସେଲଭନ’ ଓ ‘ଡରାବିନ ନିଜଲ’ ପରି ଫିଲ୍ମରେ କାମ କରିଥିଲେ । ସେ ମାତ୍ର ୮ ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଦେଇଥିଲେ । ଏହାପରେ ସେ ୩ ବର୍ଷ ଧରି ସଂଘର୍ଷ କରିବା ପରେ ସଫଳତାର ସ୍ୱାଦ ଚାଖିଥିଲେ ।

ଅନେକ ବ୍ୟକ୍ତିଙ୍କ ପାଖରେ ପ୍ରତିଭା ଥିଲେ ହେଁ, ତାହାକୁ ପରିପ୍ରକାଶ କରିବା ପାଇଁ ସୁଯୋଗ ପାଇନଥାନ୍ତି । ଏପରି କି ଘଟଣା ବାମ୍ବା ଜୀବନରେ ଘଟିଥିଲା । ବାମ୍ବା ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ସବୁଠାରୁ ଅଧିକ ଏଆର ରହମାନଙ୍କ ସହିତ କାମ କରିଥିଲେ । ଗତ ୨୦୦୯ରେ ରହମାନ ତାଙ୍କୁ ‘ରାବଣ’ ଫିଲ୍ମ ପାଇଁ ଗୀତ ଗାଇବାର ସୁଯୋଗ ଦେଇଥିଲେ । ଏହି ଫିଲ୍ମ ତାଙ୍କୁ ଏକ ନୂଆ ପରିଚୟ ଦେଇଥିଲା । ତାଙ୍କର ମୃତ୍ୟୁରେ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଅନେକ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.