fbpx
BSKY
BJD SHG SKY
BJD YOUTH SKY

ଆଫଗାନିସ୍ତାନରେ ମସଜିଦରେ ଭୟଙ୍କର ବିସ୍ଫୋରଣ: ୧୪ ଜଣକ ମୃତ୍ୟୁ, ୨୦୦ ରୁ ଅଧିକ ଆହତ

ନୂଆଦିଲ୍ଲୀ: ଆଫଗାନିସ୍ତାନ ର ହେରାତ ପ୍ରାନ୍ତରେ ଗୁଜରଗାହ ମସଜିଦ୍ ରେ ଭୟଙ୍କର ବୋମା ବିସ୍ଫୋରଣ । କୁହାଯାଉଛି ଏହି ବିସ୍ଫୋରଣରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଯେତେବେଳେକି ୨୦୦ ଲୋକ ଆହତ ହୋଇଛନ୍ତି  । ହସ୍ପିଟାଲରେ ଆହତଙ୍କ ଚିକିତ୍ସା କରାଯାଉଛି ।

ଏହି ବିସ୍ଫୋରଣରେ ମସଜିଦରେ ଇମାମ ମୌଲବୀ ମୁଜୀବ ରହମାନ ଅନସାରୀଙ୍କ ମୃତ୍ୟୁ ହେଇଛି । ତେବେ ଏପର୍ଯ୍ୟନ୍ତ ତାଲିବାନ ସରକାର ତରଫରୁ କୌଣସି ଅଧିକାରିକ ଭାବରେ କୌଣସି ବୟାନ ସାମ୍ନାକୁ ଆସିନାହିଁ ।

ସେପଟେ ହସ୍ପିଟାଲରେ ପର୍ଯ୍ୟାପ୍ତ ବେଡ୍ ନଥିବା ଏବଂ ଡାକ୍ତର ନଥିବା ଚିନ୍ତା ବଢ଼ାଇଛି । ଫଳରେ ମୃତକଙ୍କ ସଂଖ୍ୟା ବଢ଼ିବାନେଇ ଅନୁମାନ କରାଯାଉଛି ।

Get real time updates directly on you device, subscribe now.