fbpx

ବିହାରରେ ନୀତୀଶ ସରକାରଙ୍କ ବଡ଼ ନିଷ୍ପତ୍ତି; ମଦ ପିଇବା ବେଳେ ଧରାପଡ଼ିଲେ ହେବନାହିଁ ଜେଲ୍

ବିହାରରେ ମଦ ନିଷେଧ ମଧ୍ୟରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏବେ ବିହାରରେ ମଦ ପିଉଥିବା ବ୍ୟକ୍ତି ଧରାପଡ଼ିଲେ ତାଙ୍କୁ ଜେଲ ପଠାଯିବ ନାହିଁ । କିନ୍ତୁ ଏହା ବଦଳରେ ତାଙ୍କୁ ମଦ ମାଫିଆଙ୍କ ସୂଚନା ଦିଆଯିବ । ସୂଚନା ଆଧାରରେ ଯଦି ମାଫିଆଙ୍କୁ ଗିରଫ କରାଯାଉଛି ତେବେ ମଦ ପିଉଥିବା ବ୍ୟକ୍ତିକୁ ଗିରଫ କରାଯିବନାହିଁ । ଏନେଇ ସୂଚନା ଦେଇଛନ୍ତି ରାଜସ୍ପ କମିଶନର କାର୍ତ୍ତିକେୟ ଧନଜୀ । ପ୍ରକୃତରେ ବିହାରର ଅନେକ ଜିଲ୍ଲା ବଢ଼ିଚାଲିଛି ମଦୁଆଙ୍କ ସଂଖ୍ୟା ଫଳରେ ଏଭଳି ନିଷ୍ପତ୍ତି ନେଇଛନ୍ତି ନୀତୀଶ ସରକାର ।  ଏହା ଅନୁଯାୟୀ ବିହାର ପୋଲିସ ଏବଂ ମଦ ନିଷେଧ ବିଭାଗକୁ ସ୍ୱତନ୍ତ୍ର ଅଧିକାର ମଧ୍ୟ ଦିଆଯାଇଛି ।

ବିିହାର ସରକାର ୨୦୨୧ ରେ ଏକ ତଥ୍ୟ ଦେଇଥିଲେ ଯାହା ଆଶ୍ଚର୍ଯ୍ୟକର ଥିଲା । ଏଥିରେ କୁହାଯାଇଥିଲା ଯେ ଜାନୁଆରୀ ୨୦୨୧ ରୁ ଅକ୍ଟୋବର ୨୦୨୧ ମଧ୍ୟରେ କରାଯାଇଥିବା ରେଡରୁ ବିଭିନ୍ନ ଜିଲ୍ଲାରୁ ୪୯ ହଜାର ୯୦୦ ଜଣଙ୍କୁ ଗିରଫ କରାଯାଇଥିଲା । ମଦ ଏବଂ ଏହାର ଚୋରା ବେପାରୀ ମଧ୍ୟ ଏଥିରେ ସାମିଲ ରହିଥିଲେ । ଏହା ସହ ୩୮ ଲକ୍ଷ ୭୨ ହଜାର ୬୪୫ ହଜାର ଲିଟର ବେଆଇନ ମଦ ମଧ୍ୟ ଜବତ କରାଯାଇଥିଲା । ଜେଲ ସହ କୋର୍ଟ ଉପରେ ମଧ୍ୟ ମଦ ନିଷେଧକୁ ନେଇ ବୋଝ ବଢ଼ିବାରେ ଲାଗିଥିଲା ଯାହାକୁ ନେଇ ଏହି ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଥିଲା । କୋର୍ଟ ଏହାକୁ ନେଇ ଚିନ୍ତା ପ୍ରକାଶ କରିଥିଲେ  । ମାମଲାର ଆଗାମୀ ଶୁଣାଣି ୮ ମାର୍ଚ୍ଚରେ ହେବ । ଏହା ପୂର୍ବରୁ ବିହାର ସରକାର ଏବେ ଗିରଫଦାରୀକୁ ନେଇ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ, ମଦ ନିଷେଧ ନିଷ୍ପତ୍ତି ପରେ ବିହାରରେ ଚୋରା ମଦ ବେପାର ବଢ଼ିବାରେ ଲାଗିଥିଲା । ଯାହାକୁ ନେଇ ବିରୋଧୀ ନୀତୀଶ ସରକାରଙ୍କୁ ସମାଲୋଚନା କରିଥିଲେ ଏବଂ ମଦ ବିକ୍ରି ରୋକିବାରେ ନୀତିଶ ସରକାର ବିଫଳ ବୋଲି ସମାଲୋଚନା କରୁଥିଲେ । ନିକଟରେ ବିହାର ସରକାର ମଦ ମାଫିଆଙ୍କୁ ଧରିବା ପାଇଁ ହେଲିକପ୍ଟର ନିୟୋଜିତ କରିଥିଲେ ।

Get real time updates directly on you device, subscribe now.