fbpx

ପଞ୍ଚାୟତ ନିର୍ବାଚନ ୨୦୨୨: ଚାଲିଛି ଭୋଟ ଗଣତି, ତୃତୀୟ ଦିନରେ ବି ଆଗରେ ବିଜେଡି, ଜାଣନ୍ତୁ ବିଜେପି କଂଗ୍ରେସ ସ୍ଥିତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଫେବୃଆରୀ ୨୪ ରୁ ମତଦାନ ସରିଥିବା ବେଳେ ୨୬ ତାରିଖ ଠାରୁ ଆରମ୍ଭ ହୋଇଛି ଭୋଟ ଗଣତି । ସୋମବାର ତୃତୀୟ ଦିନରେ ଜାରି ରହିଛି ଭୋଟ ଗଣତି । ରାଜ୍ୟର ସମୁଦାୟ ୮୫୧ ଜିଲ୍ଲା ପରିଷଦ ଜୋନ ପାଇଁ ଗଣତି ଜାରି ରହିଛି ।

ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟ ଗଣତି ହୋଇଥିଲା । ଦ୍ୱିତୀୟ ଦିନରେ ୩୦୬ ଜୋନରେ ଭୋଟଗଣତି ସରିଛି ଏବଂ ସୋମବାର ୨୩୦ ଜୋନର ଜିଲ୍ଲା ପରିଷଦ ପାଇଁ ଭୋଟ ଗଣତି ଜାରି ରହିଛି ।

ତେବେ ପ୍ରଥମ ଏବଂ ଦ୍ୱିତୀୟ ଦିନରେ ଗଣତିରେ ବିଜେଡି ଆଗରେ ରହଥିବା ବେଳେ ତୃତୀୟ ଦିନରେ ମଧ୍ୟ ଆଗରେ ରହିଛି ବିଜେଡି । ଅପରାହ୍ନ ୫ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ବିଜେଡି ୭୬୦, ବିଜେପି ୪୭, କଂଗ୍ରେସ ୩୭ ଏବଂ ଅନ୍ୟାନ୍ୟ ୭ ଟି ସିଟ ମିଳିଛି ।

Get real time updates directly on you device, subscribe now.