fbpx

ଶିବରାତ୍ରିରେ ଆପଣାନ୍ତୁ ଏହି ସବୁ ଉପାୟ: ଦୂରେଇ ଯିବ ସମସ୍ତ ଆର୍ଥିକ ସମସ୍ୟା

ନୂଆଦିଲ୍ଳୀ: ଶିବଭକ୍ତ ମାନେ ଶିବରାତ୍ରିକୁ ଅତ୍ୟନ୍ତ ଧୂମଧାମରେ ପାଳନ କରିଥାନ୍ତି । ଏହି ଦିନରେ ଶିବଲିଙ୍ଗ ନିକଟରେ ଦୀପଦାନ କରିଥାନ୍ତି । ଏହି ଦିନରେ ଦୀପଦାନ କରିବା ଦ୍ୱାରା ସୁଖ ସମୃଦ୍ଧି ତଥା ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ । ଏହି ଦିନରେ ମା’ ପାର୍ବତୀଙ୍କ ସହିତ ଶିବଙ୍କ ବିବାହ ମଧ୍ୟ ହୋଇଥିବା କୁହାଯାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରେ ଏହି ଦିନରେ କିଛି କାମ କରିବା ଦ୍ୱାରା ଆପଣଙ୍କର ସମସ୍ତ ଆର୍ଥିକ ଦୂରାବସ୍ଥା ଦୂର ହୋଇଯାଇଥାଏ । ଯଦି ଆପଣ ନିଜର ଆର୍ଥକ ପରସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି ତେବେ ଏହି ସବୁ କାମ କରନ୍ତୁ ଆପଣଙ୍କର ସମସ୍ତ ସଙ୍କଟ କ୍ଷଣିକରେ ଦୂରେଇଯିବ ।

ମହା ଶିବରାତ୍ରି ବା ଜାଗର ଅବସରରେ ୨୧ଟି ବେଲ ପତ୍ରରେ ଓଁ ନମଃ ଶିବାୟ ଲେଖି ଏହାକୁ ଶିବଲିଙ୍ଗରେ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାନ୍ତି ଓ ସମସ୍ତ ମନୋସ୍କାମନା ପୂରଣ କରିଥାନ୍ତି ।

ଏକ ଲୋଟାରେ କିଛି ପାଳି ନେଇ ଏଥିରେ କଳା ତିଳ(ରାଶି) ପକାନ୍ତୁ । ଏହି ପାଣିରେ ଶିବଲିଙ୍ଗର ଅଭିଷେକ କରିବା ଦ୍ୱାରା ଅନ୍ତରାତ୍ମାକୁ ଶାନ୍ତି ମିଳିବା ସହିତ ପିତୃପୁରୁଷ ପ୍ରସନ୍ନ ହୋଇଥାନ୍ତି ।

କନିଅରି ଫୁଲରେ ଶିବଲିଙ୍ଗର ପୂଜା କରିବା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ଧନଲାଭ ହୋଇଥାଏ ।

ଏହି ଦିନରେ ଗରିବ ଏବଂ ଅସହାୟ ଲୋକଙ୍କୁ ଖାଦ୍ୟ ପ୍ରଦାନ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଘରେ କେବେବି ଧନର ଅଭାବ ରହିନଥାଏ ।

ଜାଗରର ସନ୍ଧ୍ୟାରେ ଶିବଲିଙ୍ଗ ସାମ୍ନାରେ ଦୀପଦାନ କରନ୍ତୁ ଏହା ଦ୍ୱାରା ବିଭିନ୍ନ ଗୁରୁତର ଆର୍ଥିକ ସମସ୍ୟା ଦୂର ହୋଇଥାଏ ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ ।

ଏହି ଦିନ ବ୍ରାହ୍ମଣଙ୍କ ପରାମର୍ଶ କ୍ରମେ ଘରେ ଶିବଲିଙ୍ଗ ସ୍ଥାପନ କରନ୍ତୁ । ଏହାକୁ ପ୍ରତିଦିନ ପୂଜା କରିବା ଦ୍ୱାରା ଘରର ଆୟ ବଢିଥାଏ ।

ମହା ଶିବରାତ୍ରିରେ ଶମୀ ବୃକ୍ଷର ପତ୍ର ଏବଂ ମଲ୍ଲୀ ଫୁଲରେ ଶିବଲିଙ୍ଗର ପୂଜା କରନ୍ତୁ । ଏହା ଦ୍ୱାରା ଅପାର ଧନରାଶି ପ୍ରାପ୍ତି ହୋଇଥାଏ ।

Get real time updates directly on you device, subscribe now.