fbpx
BJD SKY
BJD SKY

PM Kisaan Yojnaରେ ୧୪ତମ କିସ୍ତି ପୂର୍ବରୁ ବଡ ଘୋଷଣା କଲେ କୃଷିମନ୍ତ୍ରୀ: ଚାଷୀଙ୍କ ପାଇଁ ଖୁସି ଖବର

BJD

ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତିକୁ ଅପେକ୍ଷା କରି ରହିଛି ସାରା ଦେଶର ଚାଷୀ ସମାଜ । ମାର୍ଚ୍ଚ ଶେଷ ସପ୍ତାହ ସୁଦ୍ଧା ସରକାର ପିଏମ କିସାନର ଶେଷ କିସ୍ତି କୃଷକଙ୍କୁ ଆକାଉଣ୍ଟକୁ ପଠାଯିବ ବୋଲି ଆଶା କରାଯାଉଛି । କିନ୍ତୁ ଏହି ଟଙ୍କା ଆସିବା ପୂର୍ବରୁ କୃଷକଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ତୋମର । କୃଷିମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ଏବଂ ବିଭିନ୍ନ ରାଜ୍ୟ ସରକାର କୃଷକମାନଙ୍କ ପାଖରେ କୌଶଳ ପହଞ୍ଚାଇବା ପାଇଁ ଚେଷ୍ଟା ଜାରି ରହିଛି । ଏହାଦ୍ୱାରା କୃଷକମାନଙ୍କୁ ଆର୍ଥିକ ରୂପରେ ଶକ୍ତିଶାଳୀ କରିବା ପାଇଁ ସହାୟତା ମିଳିଥାଏ ।

ହାଇଦ୍ରାବାଦରେ ଆୟୋଜିତ ଏକ ସଭାରେ କୃଷିମନ୍ତ୍ରୀ ନରେନ୍ଦ୍ର ତୋମର କହିଛନ୍ତି ଯେ, କୃଷିକ୍ଷେତ୍ରରେ କୌଶଳକୁ କେତେ ମାତ୍ରାରେ ଯୋଡିପାରିବା, ତାହା ଆଜି ଜରୁରୀ ହୋଇପଡିଛି । ଦେଶରେ ବଡ କୃଷକ ଟେକ୍ନୋଲୋଜି ଏବଂ କୃଷି ବିଜ୍ଞାନ କେନ୍ଦ୍ର ସମେତ ସମସ୍ତ ସମ୍ବଳ ପାଇପାରୁଛନ୍ତି । କିନ୍ତୁ କ୍ଷୁଦ୍ର ଚାଷୀମାନଙ୍କ ପାଖରେ ବିଭିନ୍ନ ଜ୍ଞାନକୌଶଳ ପହଞ୍ଚାଇବା କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦାୟିତ୍ୱ । ତେଣୁ କୃଷିର ଡିଜିଟାଲିକରଣ କିପରି ବୃଦ୍ଧି କରାଯାଇପାରିବ ଏବଂ ଡିଜିଟାଲ କାର୍ଯ୍ୟକଳାପ ଜରିଆରେ କ୍ଷୁଦ୍ର କୃଷକମାନଙ୍କ ପାଖରେ କିପରି ପହଞ୍ଚା ଯାଇ ପାରିବ, ତାହା ଉପରେ କାର୍ଯ୍ୟ କରୁଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାର ।

ତେବେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ଯୋଜନା ଏବଂ ସରକାରୀକ୍ରେତାର ଉଦାହରଣ ଦେଇ ତୋମର କହିଛନ୍ତି ଯେ, ଏହି ଦୁଇ ଯୋଜନାକୁ ନେଇ ପୂର୍ବରୁ ଅନେକ ପ୍ରଶ୍ନ ଉଠି ସାରିଛି । ଏହ ଯୋଜନାରେ ୧୧.୫୦କୋଟି ଚାଷୀଙ୍କ ଆକାଉଣ୍ଟକୁ ପ୍ରାୟ ୨.୪୦ ଲକ୍ଷ କୋଟି ଟଙ୍କା ପଠାଯାଇଛି । ତେବେ କୃଷକଙ୍କୁ ସେମାନଙ୍କ ଉତ୍ପାଦନ ବଢାଇବା ସହ ନିଜ ଫସଲ ବଞ୍ଚାଇବା ଏବଂ ମାର୍କେଟରେ ବିକ୍ରି କରିବା ପାଇଁ କୌଶଳର ଆବଶ୍ୟକତା ପଡିଥାଏ । ତେଣୁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଏ ନେଇ ସମ୍ପୂର୍ଣ୍ଣ ଗୁରୁତର ଭାବରେ କାମ କରୁଛନ୍ତି ।

Get real time updates directly on you device, subscribe now.