fbpx

କୁକୁଡା ମାଙ୍କଡ ଭିତରେ ମହାଯୁଦ୍ଧ: ଉଭୟଙ୍କ ମାରପିଟ ପରେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆର ଲକ୍ଷ ଲକ୍ଷ ଭିଡିଓ ଏବେ ଲୋକଙ୍କ ମନ କିଣି ନେଉଛି । ମଣିଷର ଅଜବ କାରନାମା ସହିତ ପଶୁପକ୍ଷୀଙ୍କ ନିଆରା ଆଉ କ୍ୟୁଟ ଭିଡିଓ ସବୁବେଳେ ଭାଇରାଲ ହେବାରେ ଲାଗିଥାଏ । ଏମିତି ଏକ ଭିଡିଓ ଏବେ ଇନଷ୍ଟାଗ୍ରାମରେ ଲୋକଙ୍କୁ ମନୋରଞ୍ଜନର ଖୁରାକ ଯୋଗାଉଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଗୋଟିଏ କୁକୁଡା ଏବଂ ମାଙ୍କଡ ଭିତରେ ଲଢେଇର ଘଟଣା । ଏହି ଭିଡିଓରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି ।

ଏହି ଘଟଣାଟି ଶୁଣିବାକୁ ଏବଂ ଦେଖିବାକୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ କୁକୁଡା ଏବଂ ମାଙ୍କଡ ନିଜ ନିଜର ଶକ୍ତି ପ୍ରଦର୍ଶନ କରିବାରେ ପଛଘୁଞ୍ଚା ଦେଇ ନାହାନ୍ତି । ଏକ ବଡ ମୂର୍ତ୍ତି ପାଖରେ ଏହି ଘଟଣାଟି ରେକର୍ଡ କରାଯାଇଛି । ଯେଉଁଥିରେ କୁକୁଡାଟି ମାଙ୍କଡ ଉପରେ ଭାରୀ ପଡିଛି । ମାଙ୍କଡ ଗୋଟିଏ ଚଟାଣ ଉପରେ ବସିଥିବା ବେଳେ କୌଣସି କାରଣକୁ ନେଇ କୁକୁଡା ହଠାତ ତା ଉପରକୁ ଲମ୍ଫ ମାରିଛି । ଧିରେ ଧିରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ମହାଯୁଦ୍ଧ । ମାଙ୍କଡ ଉପରକୁ ଲଗାତାର ଆକ୍ରମଣ କରିଚାଲିଛି ଏହି କୁକୁଡା, ସେପଟେ ମାଙ୍କଡ ବି ହାର ମାନିବାକୁ ନାରାଜ ।

କୁକୁଡା ମାଙ୍କଡକୁ ଏହି ଚଟାଣ ତଳକୁ ଠେଲି ଦେବା ପାଇଁ ଖୁବ ଚେଷ୍ଟା ଚଳାଇଛି । କିନ୍ତୁ ମାଙ୍କଡ ନିଜକୁ ସୁରକ୍ଷା ଦେବାକୁ କୁକୁଡାର ପ୍ରତିବାଦ ଜାରି ରଖିଛି । ତେବେ ଉଭୟଙ୍କ ମଧ୍ୟରେ କିଛି ସମୟ ଏହି ଯୁଦ୍ଧ ପରେ ଭିଡିଓଟି ଶେଷ ହୋଇଯାଇଛି । ଉଭୟଙ୍କ ମଧ୍ୟରେ ହୋଇଥିବା ଏହି ଯୁଦ୍ଧର ପରିଣାମ ବି ଜଣାପଡି ନାହିଁ । ତେବେ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ଏହାକୁ ପ୍ରାୟ ଦେଢ ଲକ୍ଷରୁ ଅଧିକ ଲୋକ ଦେଖିବା ସହ ଅନେକ ଲୋକ ପସନ୍ଦ କରିଛନ୍ତି ।

Get real time updates directly on you device, subscribe now.