fbpx

ଜାଲରେ ପଡ଼ିଲା ବିଶାଳ ମାଛ, ଦାମ୍ ୩୬ ଲକ୍ଷରୁ ଅଧିକ

ଜାଲରେ ପଡ଼ିଲା ୩ଲକ୍ଷର ମାଛ । ମାଛ ଧରାଳୀଙ୍କ ଜାଲରେ ପଡ଼ିଲା ବିରାଟ ମାଛ । ପଶ୍ଚିମ ବଙ୍ଗର ଦକ୍ଷିଣ ୨୪ ପ୍ରଗଣାର ସୁନ୍ଦରବନ ଅଞ୍ଚଳରେ ମାଛ ଧରାଳୀଙ୍କ ଜାଲରେ ପଡ଼ିଛି ଏହି ମାଛ । ମତ୍ସ୍ୟଜୀବୀମାନେ ନଦୀ କୂଳରେ ମାଛ ଧରିବା ପାଇଁ  ବିଛାଇଥିବା ଜାଲରେ ପଡ଼ିଥିଲା ଏହି ମାଛ । ମାଛର ଓଜନ ପ୍ରାୟ ୭୮ କେଜି ହେବ । ରବିବାର ସନ୍ଧ୍ୟାରେ ମତ୍ସ୍ୟଜୀବୀମାନେ ମାଛକୁ କଏନ ମାଛ ଅଗଣାରେ ବିକ୍ରୟ ପାଇଁ ଆଣିଥିଲେ । ମତ୍ସ୍ୟଜୀବୀଙ୍କ କହିବା ଅନୁଯାୟୀ ସେମାନେ ଆଗରୁ କେବେବି ଏତେ ବଡ଼ ମାଛ ଧରିନଥିଲେ ।

ମାଛର ନିଲାମ ମାଛ ଅଗଣାରେ ଆରମ୍ଭ ହୋଇଥିଲା  । ଏହାର ମୂଲ୍ୟ କିଲୋଗ୍ରାମ ପିଛା ୧୬,୫୦୦ ଟଙ୍କାରୁ ଆରମ୍ଭ ହୋଇଥିଲା କିନ୍ତୁ ଶେଷରେ ଏହା ମୋଟ ୩୬,୦୫୩,୬୦୫ ଟଙ୍କାରେ ବିକ୍ରି ହୋଇଥିଲା ।

Get real time updates directly on you device, subscribe now.