fbpx

ସରକାରୀ କର୍ମଚାରୀଙ୍କ ପାଇଁ ୧ ଜୁଲାଇ ୨୦୨୧ରୁ ଲାଗୁ ହେବ ୩୧% ମହଙ୍ଗା ଭତ୍ତା: ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ଦେଇଛନ୍ତି ଦୀପାବଳୀ ଉପହାର । ଅର୍ଥ ମନ୍ତ୍ରଣାଳୟ କହିଛି ଯେ, କେନ୍ଦ୍ର କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ମୂଳ ଦରମାର ୨୮%ରୁ ବଢ଼ି ୩୧ ପ୍ରତିଶତ ହୋଇଛି ଓ ଏହା ୧ ଜୁଲାଇ ୨୦୨୧ରୁ ଲାଗୁ ହେବ । ସପ୍ତମ ବେତନ ଆୟୋଗର ସୁପାରିଶ ଅନୁଯାୟୀ, କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫରେ ବର୍ଷକୁ ଦୁଇଥର ସଂଶୋଧିତ ହୁଏ ।

ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଖର୍ଚ୍ଚ ବିଭାଗ ପକ୍ଷରୁ ଜାରି ଅଫିସ ମେମୋରେଡମରେ କୁହାଯାଇଛି ଯେ ମୂଳ ଦରମା ଅର୍ଥ ୭ମ ବେତନ କମିଶନର ସୁପାରିସ ଆଧାରରେ କେନ୍ଦ୍ରୀୟ କର୍ମଚାରୀମାନେ ପାଉଥିବା ଅର୍ଥ । ଏଥିରେ ଆଉ କୌଣସି ପ୍ରକାରର ସ୍ୱତନ୍ତ୍ର ଅର୍ଥ ସାମିଲ ନାହିଁ । ତେବେ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଜୁଲାଇ ୧ରୁ ମିଳିବ ବୋଲି ଆଜି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

Get real time updates directly on you device, subscribe now.