fbpx

୧୧ ବାଘଙ୍କ ସାମ୍ନାକୁ ଡେଇଁଲେ ଯୁବକ, ଦେଖନ୍ତୁ ଏହାପରେ କ’ଣ ଘଟିଲା

ନୂଆଦିଲ୍ଲୀ: ବାଘ ନାଁ ଶୁଣିଲେ ସାଧାରଣତଃ ସମସ୍ତେ ଡରିଯାଇଥାନ୍ତି ଆଉ ପାଖକୁ ଯିବା ତ’ଦୂରର କଥା । କିନ୍ତୁ ଯଦି କେହି ଜାଣିଶୁଣି ବାଘ ସମ୍ନାକୁ ଡେଉଁଛି ତାହଲେ ଏହାର ପରିମାଣ କ’ଣ ହେବ ତାହା ହୁଏତ ଆପଣ ଚିନ୍ତା କରିପାରୁଥିବେ । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚାଇନାରେ । ଯେଉଁଠାରେ ଜଣେ ଯୁବକ ୧୧ ବାଘଙ୍କ ଖୁଆଡ଼କୁ ଡେଉଁପଡ଼ିଥିଲେ । ସୌଭାଗ୍ୟବସତଃ ତାଙ୍କୁ ବାଘଙ୍କ ହାବୁଡ଼ରେ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ଘଟଣାଟି ହେଉଛି ଅକ୍ଟୋବର ୨୧ ତାରିଖର । ଚାଇନାର ରାଜଧାନୀ ବେଜିଂର ଚିଡ଼ିଆଖାନାରେ ଥିବା ବାଘ ଖୁଆଡ଼କୁ ଜିଆଙ୍ଗ ନାମକ ଜଣେ ଯୁବକ ଡେଇଁପଡ଼ିଥିଲେ । ସେ ସେଠାକୁ ବୁଲିବାକୁ ଆସିଥିବା ସମୟରେ ଏମିତି କରିଥିଲେ । ଖୁଆଡ଼ରେ ୧୧ଟି ବାଘ ରହିଥିଲେ ଏବଂ ସେ ତାଙ୍କ ସମ୍ନାରେ ଷ୍ଟଣ୍ଟ କରିବାକୁ ଲାଗିଲେ । ତେବେ ତାଙ୍କର ଏପରି କାର୍ଯ୍ୟକୁ ଦେଖି ବୁଲିବାକୁ ଆସିଥିବା ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିବା ଚିନ୍ତିତ ମଧ୍ୟ ହୋଇଯାଇଥିଲେ ।

ତେବେ ଚିଡ଼ିଆଖାନାର କର୍ମଚାରୀଙ୍କ ସହାୟତାରେ ତାଙ୍କୁ ବାଘଙ୍କ କବଳରୁ ଉଦ୍ଧାର କରାଯାଇଥିଲା । ତେବେ ପରେ ଏହି ଯୁବକଙ୍କୁ ପୋଲିସ ଆରେଷ୍ଟ କରିଥିଲା । ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.