fbpx

M.S Dhoniଙ୍କୁ ବଡ଼ ସମ୍ମାନ: ମାହିଙ୍କ ଜର୍ସି ନମ୍ବରକୁ ରିଟାୟାର କଲା BCCI

ନୂଆଦିଲ୍ଲୀ: ଏଣିକି କୌଣସି ଭାରତୀୟ କ୍ରିକେଟରଙ୍କୁ ମିଳିବ ନାହିଁ ୭ ନମ୍ବରର ଜର୍ସି । ଭାରତର ସର୍ବଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଏକ ସମ୍ମାନରେ ସମ୍ମାନିତ କରିଛି ଭାରତୀୟ କ୍ରିକେଟ ବୋର୍ଡ । ମାହିଙ୍କ ଜର୍ସି ନମ୍ବର ‘୭’ କୁ ସବୁଦିନ ପାଇଁ ରିଟାୟାର ଘୋଷଣା କରାଯାଇଛି । ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ଖେଳାଳି ଭାବରେ ଧୋନୀଙ୍କ ଜର୍ସି ନମ୍ବର ମଧ୍ୟ କ୍ରିକେଟରୁ ଅବସର ନେଇଛି । ଇଣ୍ଡିଆନ୍ କ୍ରିକେଟ ପ୍ରତି ମାହିଙ୍କ ଅବଦାନ ବିସିସିଆଇ ଏହି ନିଷ୍ପତ୍ତି ନେବା ପାଇଁ ବାଧ୍ୟ କରିଛି । ତେଣୁ ଟିମ ଇଣ୍ଡିଆର କ୍ୟାପ୍ଟେନ କୁଲଙ୍କୁ ଟ୍ରିବ୍ୟୁଟ ଦେବା ପାଇଁ ୭ ନମ୍ବର ଜର୍ସିକୁ ଭାରତୀୟ କ୍ରିକେଟରୁ ଅବସର ଦେଇଛି ବିସିସିଆଇ ।

MS Dhoni opens up on his No. 7 jersey; 'One number that is close to my heart' | Cricket - Hindustan Times

ଭାରତୀୟ କ୍ରିକେଟର ପରିବର୍ତ୍ତନର ରୂପ ହେଉଛି ଜର୍ସି ନମ୍ବର ୭ । ଏହି ଜର୍ସି ଘରେ ଘରେ ପରିଚିତ, କାରଣ ଏହା ହେଉଛି କ୍ୟାପଟେନ୍ କୁଲ ଏମ.ଏସ ଧୋନୀଙ୍କ ଜର୍ସି ନମ୍ବର । ଅନେକ କ୍ରିକେଟର ଏବଂ କ୍ରିକେଟପ୍ରେମୀଙ୍କ ଭାବନା ସହ ଜଡ଼ିତ ଏହି ନମ୍ବର । ଆଇସିସିର ତିନୋଟି ଯାକ ଟ୍ରଫି ହାତେଇବାରେ ବିଶ୍ୱର ଏକମାତ୍ର ଅଧିନାୟକ ପାଲଟିଛନ୍ତି ଏମ.ଏସ ଧୋନୀ । ଅଧିନାୟକ ପଦ ପାଇବାର ପ୍ରଥମ ଟୁର୍ଣ୍ଣାମେଣ୍ଟ ୨୦୦୭ ଟି-୨୦ ବିଶ୍ୱକପରେ ବିଜୟୀ ହୋଇତିଲେ କ୍ୟାପଟେନ୍ କୁଲ ମାହି । ଏହାପରେ ୨୦୧୧ ମସିହାରେ ୨୮ ବର୍ଷ ପରେ ଦିନିକିଆ ବିଶ୍ୱକପ ଭାରତକୁ ଫେରାଇ ଆଣିଥିଲା ଧୋନୀ । ଏହାପରେ ୨୦୧୩ ମସିହାରେ ଆଇସିସିର ଚମ୍ପିଆନ୍ସ ଟ୍ରଫି ଜିତି ସେ ବିଶ୍ୱର ଏକମାତ୍ର ଅଧିନାୟକ ଭାବରେ ଆଇସିସିର ସମସ୍ତ ଟ୍ରଫି ନିଜ ନାମରେ କରିଥିଲେ ।

Players and fans urge BCCI to retire 'Jersey Number 7' as tribute to MS Dhoni - GulfToday

ତେବେ ଭାରତୀୟ କ୍ରିକେଟରେ ଏଭଳି ବିରାଟ ପରିବର୍ତ୍ତନ ଆଣିଥିବା ଏହି ଯାଦୁଗର ଏମ.ଏସ ଧୋନୀଙ୍କୁ ବିସିସିଆଇ ଆଜି ଏକ ବଡ଼ ସମ୍ମାନ ଦେଇଛି । ଭାରତୀୟ କ୍ରିକେଟରୁ ସବୁ ଦିନ ପାଇଁ ମାହିଙ୍କ ଜର୍ସି ନମ୍ବର ‘୭’ କୁ ଅବସର ପ୍ରଦାନ କରିଛି ବୋର୍ଡ । ଅର୍ଥାତ୍ ଆଗାମୀ ଦିନରେ ଭାରତର କୌଣସି କ୍ରିକେଟର ଆନ୍ତର୍ଜାତୀୟ ମ୍ୟାଚରେ ୭ ନମ୍ବରର ଜର୍ସି ପିନ୍ଧିପାରିବେ ନାହିଁ । ତେବେ ଯୁବ କ୍ରିକେଟର ମାନେ ଏହି ନମ୍ବର ଜର୍ସିକୁ ବ୍ୟବହାର କରିପାରିବେ । କିନ୍ତୁ ଆନ୍ତର୍ଜାତୀୟ କ୍ରିକେଟରେ ଏହି ଜର୍ସି ପିନ୍ଧିପାରିବେ ନାହିଁ କୌଣସି କ୍ରିକେଟର । ଏ ନେଇ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

Sachin Tendulkar reveals how standing in slips helped him understand young MS Dhoni's cricketing acumen - myKhel

ଏହାପୂର୍ବରୁ ମାଷ୍ଟ ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ଜର୍ସି ନମ୍ବର ୧୦କୁ ମଧ୍ୟ ବିସିସିଆଇ ରିଟାୟାର କରିଥିଲା । ତେଣୁ ନୂଆ ଖେଳାଳିମାନଙ୍କୁ ୭ କିମ୍ବା ୧୦ ନମ୍ବରର ଜର୍ସି ମିଳିବ ନାହିଁ । ତେବେ ଏହି ନିୟମ କେବଳ ଭାରତୀୟ କ୍ରିକେଟରମାନଙ୍କ ପାଇଁ ସୀମିତ ରହିବ ବୋଲି ବିସିସିଆଇ କହିଛି । ଆଇସିସିର ନିୟମ ଅନୁସାରେ, ଖେଳାଳିମାନେ ୧ ରୁ ୧୦୦ ମଧ୍ୟରେ ଯେକୌଣସି ନମ୍ବର ବାଛିପାରିବେ । କିନ୍ତୁ ଭାରତୀୟ କ୍ରିକେଟର ମାନଙ୍କ ପାଇଁ ଏହି ନମ୍ବର ସୀମିତ ହୋଇଯାଇଛି । ବିସିସିଆଇ କହିଛି ଯେ, ବର୍ତ୍ତମାନ କ୍ରିକେଟରଙ୍କ ପାଇଁ ୬୦ଟି ଜର୍ସି ନମ୍ବର ଦିଆଯାଇଛି । ତେବେ କୌଣସି ଖେଳାଳି ଯଦି ବର୍ଷ ତମାମ ପାଇଁ କ୍ରିକେଟରୁ ଦୂରେଇ ରୁହନ୍ତୁ, ତେବେ ମଧ୍ୟ ଏହି ଜର୍ସି ନମ୍ବର ଅନ୍ୟ କୌଣସି ଖେଳାଳିଙ୍କୁ ଦିଆଯିବ ନାହିଁ । ସେତିପାଇଁ ଆଗକୁ ଡେବ୍ୟୁ କରିବାକୁ ଯାଉଥିବା ଖେଳାଳିଙ୍କ ପାଇଁ ଏବେ ମାତ୍ର ୩୦ଟି ଜର୍ସି ନମ୍ବର ଉପଲବ୍ଧ ରହିଛି ।

Get real time updates directly on you device, subscribe now.